Thursday, November 5, 2026
ADVERTISEMENT
Home ଆଞ୍ଚଳିକ ତାଳସର ଠାରେ ଏଲ.ଏନ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ : ଉଦଘାଟନୀ ମ୍ୟାଚରେ କୁମାରିପାରି ଦଳ ବିଜୟୀ

ତାଳସର ଠାରେ ଏଲ.ଏନ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ : ଉଦଘାଟନୀ ମ୍ୟାଚରେ କୁମାରିପାରି ଦଳ ବିଜୟୀ

210
ADVERTISEMENT

କୋଦଳା,୦୮/୦୨/୨୧(ସୂର୍ଯ୍ୟନାରାୟଣ ବଡୁ) :ଏହି ବ୍ଲକ ଅନ୍ତର୍ଗତ ତାଳସର ହାଇସ୍କୁଲ ପଡିଆ ଠାରେ ଆଜି ଶ୍ରୀ ଲକ୍ଷ୍ମୀ ନୃସିଂହ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଂଟକୁ ପୂର୍ବତନ ସମିତି ସଭ୍ୟ ତଥା କଂଗ୍ରେସ ନେତା ଭବାନୀ ପ୍ରସାଦ ଜେନା(ବୁଲା) ଉଦଘାଟନ କରିଥିବା ବେଳେ ସଂମାନିତ ଅତିଥି ଭାବେ ଅକ୍ଷୟ କୁମାର ନାୟକ, ପ୍ରମୋଦ କୁମାର ଭୂୟାଁ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚରେ କୁମାରିପାରି ଦଳ ଓଡନଇ ଦଳକୁ ଭେଟିଥିଲା । କୁମାରିପାରି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୩ ୱିକେଟହରାଇ ୨୩୫ ରନ ସଂଗ୍ରହ କରିଥିଲା । ଜବାବରେ ଓଡନଇ ଦଳ ବ୍ୟାଟିଂ କରି ୧୫ ଓଭରରେ ୮ ୱିକେଟ ହରାଇ ୧୨୦ ରନ ସଂଗ୍ରହ କରିବା ଯୋଗୁଁ କୁମାରିପାରି ଦଳ ବିଜୟୀ ହୋଇଥିଲା। ବିଜୟୀ ଦଳ ପକ୍ଷରୁ ସନତ କୁମାର ତାରିଣୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚକୁ ଗୌରଭ କିଶୋର ରାୟ ଓ ହର ପ୍ରସାଦ ଜେନା ପରିଚାଳନା କରିଥିବା ବେଳେ କୃଷ୍ଣ ଭୂୟାଁ ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଂଟରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ।

Advertisement