କୁକୁଡାଖଣ୍ଡି,୦୮/୦୨/୨୧(ଇ.ରଞ୍ଜନ) :ଗଂଜାମ ଜିଲ୍ଲା ଘରୋଇ ବସ ମାଲିକ ସଂଘର ସାଧାରଣ ବୈଠକ କୁକୁଡାଖଣ୍ଡି ବୁଢିଘରା ଠାରେ ଅନୁଷ୍ଟିତ ହୋଇଯାଇଛି । ସମ୍ପାଦକ ସନ୍ତୋଷ କୁମାର ପତିଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ବୈଠକରେ ମୁଖ୍ୟ ଅତିଥି ଭାବେ ସଂଘର ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା , ସନ୍ତୋଷ କୁମାର ପତି ଲିଗାଲ ଆଡଭାଇଜର ସୁରେନ୍ଦ୍ର ପଣ୍ଡା ,ବସନ୍ତ ବିଶୋୟୀ ଯୋଗ ଦେଇଥିଲେ । ଯାତ୍ରୀ ମାନେ ଯେପରି ବସରେ ଯାତ୍ରା କରିବା ସମୟରେ କୈଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଦିଗରେ ବିଶେଷ ଧ୍ୟାନ ଦେବାକୁ ନିଷ୍ପତି ହୋଇଥିଲା । ବସର କମଚାରୀ ମାନଙ୍କୁ ଡ୍ରେସ କୋଡ ସହ ପରିଚୟ ପତ୍ର ପ୍ରଦାନ କରିବାକୁ ଆଲେଚନା ହୋଇଥିଲା । କୋଭିଡ଼ ପରି ଏକ ଆକସ୍ମିକ ସମୟରେ ଯେପରି ମାଲିକ ମାନେ କ୍ଷତିରେ ସମ୍ମୁଖିନ ହୋଇଥିଲେ ସେନେଇ ଆଲୋଚନା ହୋଇଥିଲା। ଗଂଜାମର ସମସ୍ତ ଅଞ୍ଚଳରୁ ବସ ମାଲିକ ମାନେ ଯୋଗଦେଇଥିଲେ । ଅରଖୀତ ଜେନାଙ୍କ ସହ ସଂଘ କର୍ମକର୍ତ୍ତା ମାନେ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


















