କୁକୁଡାଖଣ୍ଡି,୦୭/୦୨/୨୧(ଇ.ରଞ୍ଜନ) : ଗଞ୍ଜାମ ଜିଲ୍ଲାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟୀକା କରଣ ଅଭିଯାନ ଆରମ୍ଭ ହୋଇଚି I ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଟୀକା ଦିଆଯିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଶାସନିକ ଅଧିକାରୀ ମାନଙ୍କୁ କରୋନା ଟୀକା ଦ୍ୱିତୀୟ ପର୍ଯ୍ୟାୟରେ ଦିଅଯାଇଥିଲା I ଆଜି କୁକୁଡାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଥମେ ତହସିଲଦାର ଡ଼ଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଟୀକା ଗ୍ରହଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ I ପରବର୍ତ୍ତୀ ସମୟରେ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଗଦାଧର ପାତ୍ର ଟୀକା ନେଇଥିଲେ I ତହସିଲ, ବ୍ଲକ ର ସମସ୍ତ କର୍ମଚାରୀ ଟୀକା ନେଇଥିଲେ I ଏବଂ ଏହା ସମ୍ପୂର୍ଣ ସୁରକ୍ଷିତ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଚି Iଷ୍ଟାଫ ନର୍ସ କେ.କ୍ରିଷ୍ନା କୁମାରୀ କର୍ମଚାରୀ ମାନଙ୍କୁ ଟିକା ଦେଇଥିଲେ।


















