ବ୍ରହ୍ମପୁର,୦୬/୦୨/୨୧(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲର ଭାଟକୁମରଡା କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ତହସିଲଦାର ନିତିଶ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ତହସିଲର ତିନୋଟି ସର୍କଲ ଯଥାସୁନାଥର,ବାଘଳା,ଭାଟକୁମରଡାର ୮୬ଜଣ ହିତାଧିକାରୀଙ୍କୁ ଘରବାରୀ ପଟ୍ଟା ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ,ରାଜସ୍ୱ ନିରକ୍ଷକ ସନ୍ତୋସିନି ଗୌଡ,ପୁରୁଷୋତ୍ତମପୁର ମହାନ୍ତି, ସୁଶାନ୍ତ କୁମାର ଶବର,ତହସିଲ କର୍ମଚାରୀ ସୋନାଲି ପଣ୍ଡା, ସୁନନ୍ଦା ବେହେରା, ସୁଦାମ ପ୍ରଧାନ, ସଯୁକ୍ତା ରାଣୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।


















