କୋଦଳା ,୦୬/୦୨/୨୧(ସୂର୍ଯ୍ୟ ନାରାୟଣ ବଡୁ): ଶନିବାର କୋଦାଳା ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣ ମଣ୍ଡପ ପରିସରରେ କୋଦଳା ତହସିଲଦାର ଅବନୀ କୁମାର ସାହୁ ଓ ବେଗୁନିଆପଡା ବିଡ଼ିଓ ବେଦବର ପ୍ରଧାନଙ୍କ ଉପସ୍ଥିତିରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡ଼ଃ ସୁଜିତ କୁମାର ବେହେରାଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ବ୍ଲକ ଏବଂ ଏନଏସିର ୧୨୧ କରୋନା ଯୋଦ୍ଧାଙ୍କୁ କୋଭିଡ ଟୀକା ଦିଆଯାଇଥିବା ଜଣାପଡ଼ିଛି । ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ ଟୀକାକରଣ ଚାଲୁ ରହିଥିବା ବେଳେ ପୂର୍ବରୁ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମ ଦୁଇ ପର୍ଯ୍ୟାୟରେ ହୋଇସାରିଛି । ସରକାରଙ୍କ ନିଷ୍ପତ୍ତି ଅନୁଯାଇ ଜାନୁଆରୀ ୧୬ ତାରିଖ ୧00ଯୋଦ୍ଧାଙ୍କୁ ଟୀକାଦାନ କରାଯାଇଥିଲା ବେଳେ ଦ୍ୱତୀୟ ପର୍ଯ୍ୟାୟରେ ପୁଣି ୧୫0 ଯୋଦ୍ଧାଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଯୋଦ୍ଧା ମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀ, ସହାୟିକା, ସ୍ୱାସ୍ଥ୍ୟକର୍ମୀ, ଆଶା ପ୍ରମୁଖ ସାମିଲଥିଲେ । ଆଜି କୋଦଳା କଲ୍ୟାଣ ମଣ୍ଡପ ପରିସରରେ ବିଡ଼ିଓ ବେଦବର ପ୍ରଧାନ ପ୍ରଥମ କୋଭିଡଟିକା ନେଇଥିବା ବେଳେ ତହସିଲଦାର ଅବନୀ କୁମାର ସାହୁଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ, ବ୍ଲକ ଉପାଧ୍ୟକ୍ଷ୍ୟ ଭ୍ରମରବର ଭୂୟାଁ, ସରପଞ୍ଚ ସରୋଜ କୁମାର ସାହୁ, ନବୀନ କୁମାର ଦଳେଇ, ମଧୁସୂଦନ ସାହୁ, ସମିତି ସଭ୍ୟ ନାରାୟଣ ବେହେରା ସମେତ ବହୁ ପଞ୍ଚାୟତ ପ୍ରତିନିଧି ଟୀକାଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଶନିବାର, ସୋମବାର ଓ ମଙ୍ଗଳବାର ତିନିଦିନ ଧରି ଚାଲିବାକୁ ଥିବାବେଳେ ସର୍ବମୋଟ ୩୩୨ ଜଣ କରୋନା ଯୋଦ୍ଧାଙ୍କୁ ଟୀକା ପ୍ରଦାନ କରାଯିବ ବୋଲି ଡ଼ଃ ସୁଜିତ କୁମାର ବେହେରା ପ୍ରକାଶ କରିଛନ୍ତି । ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ନିର୍ଦ୍ଦେଶ କ୍ରମେ ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି ଓ ଅଫିସ ଜର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ ।



















