ବ୍ରହ୍ମପୁର,୦୬/୦୨/୨୧(ଇ.ରଞ୍ଜନ): ରାଜ୍ୟରେ ଆଜିଠାରୁ ଦ୍ଵିତୀୟ ପର୍ଯ୍ୟୟ ରେ କରୋନା ଯୋଦ୍ଧାମାନଙ୍କୁ ଟିକାଦାନ କରାଯାଉଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ଟିକାଦାନ ପାଇଁ ପ୍ରସ୍ତୁତି କରାଯାଇଛି। ଜିଲ୍ଲାର ଯେଉଁ ପଦାଅଧିକାରୀ ମାନେ ପ୍ରଭାସୀ ଓଡ଼ିଆ ଲୋକଙ୍କ ସମୁଖରେ ରହି ଅନେକ ଅଧିକାରୀ ମାନେ କରୋନା ରେ ସଂକ୍ରମଣ ହୋଇଥିଲେ ସେମାନେ ଆଜି ନିଜସ୍ୱ ଆଡୁ ଭେକ୍ସିନ ଟୀକା ସୁସ୍ଥନିମନ୍ତେ ଗ୍ରହଣ କରିଥିଲେ ଜିଲ୍ଲା ସ୍ତରରେ ଛତ୍ରପୁର ଠାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ,ଗଞ୍ଜାମ ଏସ୍.ପି ବ୍ରିଜେଶ ରାୟ ଓ ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ କରାଯାଉଛି। ସେହିପରି ବ୍ରହ୍ମପୁର ଏସପି ପିନାକ ମିଶ୍ର ଟୀକା ନେଇଥିବା ବେଳେ ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସମେତ ଏସ୍ଡ଼ିପିଓ ଓ ସମସ୍ତ ଥାନା ଅଧିକାରୀ ମାନେ ଗ୍ରହଣ କରିଥିଲେ l କୁକୁଡାଖଣ୍ଡି ପଞ୍ଚାୟତରେ ଭେକ୍ସିଂପ୍ରଧାନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକପ୍ରଶାସନ ଅଧିକାରୀ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ନିଜସ୍ୱ ସୁସ୍ଥଅନୁଭବ କରିବା ପାଇଁ ଭେକ୍ସିଂ ବ୍ୟବହାର କରିଥିଲେ l



















