Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଏସ.ଡି.ଜେ.ଏମ କୋର୍ଟରେ ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ: ବ୍ରହ୍ମପୁର ଜେଲରେ ୩ ଦିନ ପାଇଁ

ବ୍ରହ୍ମପୁର ଏସ.ଡି.ଜେ.ଏମ କୋର୍ଟରେ ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ: ବ୍ରହ୍ମପୁର ଜେଲରେ ୩ ଦିନ ପାଇଁ

182
ADVERTISEMENT

ବ୍ରହ୍ମପୁର,୦୫/୦୨/୨୧(ଇ.ରଞ୍ଜନ) : ବ୍ରହ୍ମପୁର ଯେତେ ଖଜା ଚାଲୁଛି ସେତେ ନୂଆ କେଶ ବାହାରୁଛି ଗୋଳନ୍ଥରା ଥାନାରେ ପୁଣି ହୋଇଥିବା ଠକେଇ ମାମଲାର ବିଚାରଣ ପାଇଁ ଗୁରୁବାର ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ପୋଲିସ୍ ବ୍ରହ୍ମପୁର ଏସ୍‌ଡ଼ିଜିଏମ୍ କୋର୍ଟରେ ପୋଲିସ୍ ହାଜର କରିଛି । ଟାଟା କଂପାନୀରେ ଚାକିରି କରାଇଦେବା କହି ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ନେଇ ଗୋଳନ୍ଥରା ଥାନାରେ ତିନୋଟି ମାମଲା ରୁଜୁ ହୋଇଥିଲା। ତେଣୁ ପୋଲିସ୍ ଆଜି ପ୍ରଦୀପଙ୍କୁ ଝାରପଡ଼ା ଜେଲ୍‌ରୁ ଆଣି ବ୍ରହ୍ମପୁର କୋର୍ଟରେ ହାଜର କରିଥିଲା। ତେବେ ତାଙ୍କ ଓକିଲ ଦୀପକ ପଟ୍ଟନାୟକ ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଦର୍ଶାଇ ଉର୍ନ୍ନତମାନର ଚିକିତ୍ସା ପାଇଁ ପୁଣିଥରେ ଭୁବନେଶ୍ୱର ପଠାଇବାକୁ ନିବେଦନ କରିଥିଲେ। କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ ପୋଲିସ୍ ଜବରଦସ୍ତ ତାଙ୍କୁ ଆଣିଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଏହାସହ ସୁଜାତା ପାଣିଗ୍ରାହୀ ତାଙ୍କ ସ୍ୱାମୀଙ୍କୁ ଜାଣିଶୁଣି ହଇରାଣ କରାଯାଉଥିବା ପ୍ରଦୀପଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ଏହା ଗଣତନ୍ତ୍ର ପାଇଁ ଶୋଭନିୟ ନାହିଁ କହିଥିଲେ ପ୍ରଦୀପ । ମିଥ୍ୟା ଅଭିଯୋଗରେ ତାଙ୍କୁ ଫସାଯାଉଛି, କହିବା ନ୍ୟାୟ ଉପରେ ତାଙ୍କର ଭରଷା ଅଛି। ତେଣୁ ସେ ଉଚିତ ନ୍ୟାୟ ପାଇବେ ବୋଲି କହିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ପ୍ରଦୀପଙ୍କୁ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସକାଳୁ ସକାଳୁ କୋର୍ଟ ପରିସରରେ ପୋଲିସ୍ ଛାଉଣିରେ ପରିଣତ ହୋଇଥିଲା। ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟରେ ହାଜର କରିବା ସମୟରେ କିଛି ସମର୍ଥକ ମାନେ ଜିନ୍ଦାବାଦ ନାରାବାଜି ନାରା ଦେଇଥିଲେ । ଏଥିପାଇଁ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଜେଲ୍‌ରେ ବିଧାୟକ ପ୍ରଦୀପ ରହିବେ ବୋଲି ଜଣାପଡ଼ିଛି। ସେଠାରେ ତାଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।

Advertisement