ବ୍ରହ୍ମପୁର,୦୫/୦୨/୨୧(ଇ.ରଞ୍ଜନ) : ବ୍ରହ୍ମପୁର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୮ତମ ତିରୋଧାନ ଦିବସକୁ ମର୍ଯ୍ୟାଦାର ସହ ପାଳନ କରିଛି । ବ୍ରହ୍ମପୁରର ବିଶିଷ୍ଟ ସଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି l ସ୍ଥାନୀୟ ବିଜିପୁର କାଶୀନାଥ କମ୍ୟୁନିଟି ହଲ ଠାରେ ସମିତିର ସଭାପତି ବଂଶୀଧର ଭୂୟାଁ ଙ୍କ ସଭାପତିତ୍ୱରେ ଆଜି ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ଓଡିଶାବାସୀଙ୍କ ସାମାଜିକ ସ୍ଥିତି, ଆର୍ଥିକ ସ୍ଥିତିକୁ ସଜାଡ଼ିବା ସହ ରାଜନୈତିକ ସ୍ଥିତି ଓ ଭୌଗଳିକ ପରିସୀମାକୁ ସୁରକ୍ଷିତ ରଖିବାପାଇଁ ଓଡିଶା ସରକାର ଗୁରୁତ୍ୱ ଦେବା ଆବଶ୍ୟକ l ଓଡିଶାର ଅନେକ ଅଂଚଳ ବର୍ତମାନ ପଡୋଶୀ ରାଜ୍ୟ ମାନଙ୍କର କବ୍ଜା ରେ ରହିଛି l ଓଡିଶା ମାଟିରେ କୌଣସି ଶିଳ୍ପ ଗଠନ କରିବା ପରିବର୍ତ୍ତେ ମଦନିଗମ ଗଠନ କରି ଓଡିଶାବାସୀଙ୍କୁ ଅଧିକରୁ ଅଧିକ ଗରିବ କରାଯାଉଛି, ସେମାନଙ୍କ ଆର୍ଥିକ ସ୍ଥିତିକୁ ଲୁଣ୍ଠନ କରିବା ସହ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରାଯାଉଛି l ଏଣୁ ମଧୁସୂଦନଙ୍କ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଆଜି ଆଉ ସୁରକ୍ଷିତ ନୁହଁ l ଓଡିଶାବାସୀ ଏଥିପାଇଁ ପୁଣି ଏକାଠି ହେବାର ନିହାତି ପ୍ରୟୋଜନ ରହିଛି l ଆଜି ସୁରେନ୍ଦ୍ରନାଥ ପଣ୍ଡା, ଗଗନ ଚନ୍ଦ୍ର ମଲ୍ଲିକ, ଏସ. କେଶବ ଲିଙ୍ଗମ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ନିରଞ୍ଜନ ପରିଡା, ରାମ ଚନ୍ଦ୍ର ସାହାଣୀ, ଏସ. ଶାମ୍ବାଶିବା ରାଓ,ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

















