ଛୋଟ ଭୁଲ୍‌ ପାଇଁ ଏ କି ଦଣ୍ଡ? : ନିଷ୍ଠୁର ହେଲେ ଜେଜେମା’…

162
ADVERTISEMENT

ଅନୁଗୁଳ ,୫/୮ଏଜେନସି : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ବନ୍ତଳା ଥାନା ଗଡ଼ତରାସ ଗ୍ରାମରେ ନିଜ ୩ ବର୍ଷର ନାତୁଣୀକୁ ତାର ଜେଜେମା ନିଷ୍ଠୁର ଭାବେ ମାଡ଼ ମାରିବା ଘଟଣା ,ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଦେହ ସାରା ମାଡ଼ର ଦାଗ , ଦୁଷ୍ଟାମୀ କରୁଥିବାରୁ ୩ ବର୍ଷର ନାତୁଣୀ ବିଦୁସ୍ମିତା ରାଉତକୁ ଏମିତି ସଜା ଦେଇଛି ଜେଜମା କୁମୁଦିନୀ ରାଉତ । ବର୍ଷେ ତଳୁ ବିଦୁସ୍ମିତାଙ୍କ ମାଆ ମରିଯାଇଥିବା ବେଳେ, ବାପା ଅସିତ ରାଉତ ଶ୍ରମିକ ଭାବେ କମ୍ପାନୀରେ କାମ କରନ୍ତି । ତେବେ ଝିଅଟି ଜେଜେମା ପାଖରେ ରହୁଥିବା ବେଳେ ଜେଜେମା ନିର୍ଦ୍ଦୟତାର ସବୁ ସୀମା ଟପି ଯାଇଛି । ଖବର ପାଇ ବନ୍ତଳା ପୋଲିସ ନାତୁଣୀକୁ ଉଦ୍ଧାର କରିଛି, ଜେଜେମାଙ୍କୁ ଅଟକ ରଖିଛି । ସେପଟେ ଭୋଗରାଇରେ ନିଶାସକ୍ତ ହୋଇ ଖୋଦ୍ ଜନ୍ମକଲା ବାପା କେମିତି ବଇରୀ ସାଜିଛି ସେନେଇ ଅଭିଯୋଗ ।  ଭୋଗରାଇ ଜୟରାମପୁର ଗାଁରେ ଟଙ୍କା ଚୋରୀ ସନ୍ଦେହ କରି ଦୁଇ ପୁଅଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି  ବାପା ବିଶ୍ବନାଥ ଦଳେଇ । ଗ୍ରାମବାସୀଙ୍କ ଦ୍ବାରା ପିଲା ଦୁଇଟି ଉଦ୍ଧାର ହୋଇଥିବା ବେଳେ ନିଶାସକ୍ତ ବାପାଙ୍କୁ ଅଟକ ରଖିଛି ପୋଲିସ ।

ଗତକାଲି ମଧ୍ୟ ବାଲେଶ୍ବର ବସ୍ତା ଗଙ୍ଗାଧରପୁର ଗାଁରେ କୋମଳମତି ନାତିକୁ ଜେଜେମା ଗୋଇଠା ପରେ ଗୋଇଠା ଲଦିଯାଉଥିବାର ଦୃଶ୍ୟ ସମସ୍ତଙ୍କ ମନକୁ ଆଘାତ ଦେଇଥିଲା । ସେଠାରେ ମଧ୍ୟ ବାପାମାଙ୍କଠାରୁ ବହୁ ଦୂରରେ ରହୁଥିବା ଏହି କୁନି ପିଲାଟିକୁ ଅକଥନୀୟ ଅତ୍ୟାଚାର ଦେଉଥିଲା ଜେଜେମା। ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ପରେ ଜେଜେମାକୁ ପୋଲିସ ଅଟକ ରଖିଥିଲା। ଆଉ ଏହି ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ପୁଣି ସାମ୍ନାକୁ ଆସିଛି ଆଉ ଦୁଇଟି ଚିତ୍ର।

Advertisement