Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବେଆଇନ ଇଟାଭାଟି ଉପରେ ପୁରୁଷୋତ୍ତମପୁର ତହସିଲଦାରଙ୍କ ଚଢ଼ାଉ

ବେଆଇନ ଇଟାଭାଟି ଉପରେ ପୁରୁଷୋତ୍ତମପୁର ତହସିଲଦାରଙ୍କ ଚଢ଼ାଉ

185
ADVERTISEMENT

ବ୍ରହ୍ମପୁର,୦୪/୦୨/୨୧(ସୁଦାମ ମହାରଣା) :ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲ ଅଧୀନରେ ଦୀର୍ଘଦିନ ଧରି ବେଧଡକ ଭାବେ ଗଢିଉଠିଥିବା ବେଆଇନ ଇଟାଭାଟି ଉପରେ ଆଜି ତହସିଲଦାର ଚଢାଉ କରିଛନ୍ତି । ବର୍ଷ ବର୍ଷ ଧରି ପୋଡାଇଟାଭାଟିରୁ ଲାଭ ଉଠାଉଥିବା ମାଲିକମାନେ ଟିକସ ଫାଙ୍କୁଥିବା ନେଇ ଆଭିଯୋଗ ହୋଇଆସୁଥିବା ବେଳେ ତହସିଲଦାରଙ୍କ ଚଢାଉ ଜାରି ରହିଥିବା ନେଇ ଇଟାଭାଟି ମାଲିକଙ୍କ ଭିତରେ ଛନକା ପଶିଛି । ବୁଧବାର ସକାଳୁ ତହସିଲଦାର ଇଟାଭାଟିକୁ ବୁଲିବା ସାଂଗକୁ ରୟାଲଟି ବାବଦ ଅର୍ଥରାଶି ଓ ଗ୍ରୀନ ଟ୍ରିବ୍ୟୁନାଲରେ ବକେୟା ପଡିଥିବା ଲକ୍ଷାଧିକରୁ ଉର୍ଦ୍ଧ୍ବ ଟଙ୍କା ତୁରନ୍ତ ଛତ୍ରପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମା କରିବା ପାଇଁ ତାଗିଦ୍ କରିଥିଲେ । ଯଦି ନିର୍ଦ୍ଧାରିତ ସମୟ ସୀମା ଭିତରେ ବକେୟା ଥିବା ଅର୍ଥ ପଇଠ ନକରାଯାଏ ତେବେ ସଂପୃକ୍ତ ଇଟାଭାଟିକୁ ଭାଙ୍ଗିଦିଆଯିବା ସାଂଗକୁ ମାଲିକଙ୍କ ଉପରେ ଦୃଢକାର୍ଯ୍ୟାନୁଷ୍ଠାନ କରାଯିବାନେଇ ସୁଚନା ଦେଇଛନ୍ତି ତହସିଲଦାର ନିତିଶ କୁମାର ତ୍ରୀପାଠୀ ।

Advertisement