ବ୍ରହ୍ମପୁର,୦୨/୦୨/୨୧(ସୁଦାମ ମହାରଣା) : କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ର ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ଗଣ ସତ୍ୟାଗ୍ରହ,ଆଦିନେଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ଆହ୍ବାନରେ ଓଡିଶା କୃଷକ ସଭା ପକ୍ଷରୁ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ଠାରୁ ଓଡିଶା କୃଷକ ସଭା ରାଜ୍ୟ ଉପସଭାପତି ପି.ହରିକୃଷ୍ଣ ରେଡ଼ିଙ୍କ ନେତୃତ୍ୱରେ ପଦଯାତ୍ରା ବାହାରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଆନ୍ଦୋଳନ ହୋଇଥିଲା l ଏଥିରେ ପୁରୁଷୋତ୍ତମପୁର ବ୍ଲକର ଆଞ୍ଚଳିକ ସମସ୍ୟା ନେଇ ତହସିଲଦାରକଙ୍କ ସହ ଆଲୋଚନା କରିଥିଲେ । ବଡ଼ଖରୀଡା.ଭୁତସରସିଂଙ୍ଗ,ରଣଝାଲି,ଓ ଅନ୍ୟାନ୍ୟ ଗ୍ରାମପଞ୍ଚାୟତରେ ଥିବା ଗ୍ରାମମାନଙ୍କର ଗରିବ,ହରିଜନ,ବାସହୀନ,ମାନେ ଦୀର୍ଘଦିନ ଧରୀ ଗୃହ ନିର୍ମାଣ କରି ରହିଆସୁଥିଲେ ସୁଦ୍ଧା ସେମାନଙ୍କୁ ଘର ପଟ୍ଟା ଆଜି ପଯ୍ୟନ୍ତ ମିଳିପାରି ନାହିଁ । ବାରମ୍ବାର ଦରଖାସ୍ତ ଦେଲେ ମଧ୍ୟ ସଠିକ ଭାବେ ତଦନ୍ତ ନ ହେବା ଯୋଗୁ ପଟ୍ଟା ପାଇବାରେ ବଞ୍ଚିତ ହୋଇ ରହିଛନ୍ତି l ଓଡିଶା ସରକାରଙ୍କର ମୋହ ଢ଼ିହ,ମୋ ଘର ଯୋଜନା କିପରି କାର୍ଯ୍ୟ କରୁଛି,ତାହା ଏକ ପ୍ରହସନରେ ପରିଣତ ହୋଇଛି ବୋଲି ଅଭିଯୋଗ କରିବା ସଙ୍ଗେ ଯଥା ଶୀଘ୍ର ପଟ୍ଟା ପ୍ରଦାନ ନକରିଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ ହେବା ବୋଲି ଚେତାବନୀ ଦେଇଥିଲେ । ଏହି ଆନ୍ଦୋଳନ ରେ ଓଡିଶା କୃଷକ ସଭା ର ରାଜ୍ୟ ଉପସଭାପତି ଙ୍କ ନେତୃତ୍ୱରେ ପୁରୁଷୋତ୍ତମପୁର ଅଞ୍ଚଳର ବିଟ ଦାସ,ସାବିତ୍ରୀ ଦାସ,ଡମ ଦାସ,ହୀନଦାସ ପ୍ରମୁଖ ଉପସ୍ଥିତ ଥିଲେ ।


















