Thursday, October 1, 2026
ADVERTISEMENT
Home ଆଞ୍ଚଳିକ ମୋହନାରେ ୧୪୯ କିଲୋ ଗଞ୍ଜେଇ ସହ ଜଣେ ଗିରଫ : ଚେର ଲମ୍ବିଛି ଗଜପତିରୁ ବିହାର

ମୋହନାରେ ୧୪୯ କିଲୋ ଗଞ୍ଜେଇ ସହ ଜଣେ ଗିରଫ : ଚେର ଲମ୍ବିଛି ଗଜପତିରୁ ବିହାର

185
ADVERTISEMENT

ମୋହନା,୦୨/୦୨/୨୧(ମୋହନ ଗୌଡ଼) : ମୋହନା ପୁଲିସକୁ ମିଳିଛି ବଡ଼ ସଫଳତା । ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆର୍ ଉଦୟଗିରି ଏସଡିପିଓ  ଦିଲ୍ଲୀପ କୁମାର ନାୟକ ଓ ମୋହନା ଆଇଆଇସି ସୁଜିତ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ସୋମବାର ଦିନ ସ୍ଥାନୀୟ ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟ କମଳାପୁର ନାକା ଛକଠାରେ ଥାନା ଅଧିକାରୀ ଓ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବୋଲେରୋ ପିକ୍ ଅପ ଗାଡ଼ି ନଂମ୍ୱର(ଡବ୍ଲ୍ୟୁବି୧୯ ଏଚ୬୧୨୬)କୁ ଖାନ ତଲାସ ନେବାବେଳେ ଗାଡ଼ି ମଧ୍ୟରୁ ୫ଟି ଜରି ବସ୍ତାରେ ଗଞେଇ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମୋହନା ତହସିଲଦାର ତଥା ଏକଜୟୁକେଟିଭ ମାଜିଷ୍ଟ୍ରଟ କଲ୍ୟାଣୀ ସଙ୍ଘମିତ୍ରା ଦେବୀଙ୍କ ଉପସ୍ଥିତିରେ ସମୁଦାୟ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ୧୪୯ କିଲେ। ୭୦୦ଗ୍ରାମ ହୋଇଥିଲା l ଯାହାର ଆନୁମାନିକ ବଜାର ମୁଲ୍ୟ ୮ ଲକ୍ଷ ଟଙ୍କା ହେବ l ଗାଡ଼ି ଡ୍ରାଇଭର ବିହାର ରାଜ୍ୟ ବୈଶାଳୀ ଜିଲ୍ଲା ଚାନ୍ଦପୁରା ଗ୍ରାମର ରମ୍ପିକୁମାର ଯାଦବ(୨୦) । ସେ ରାଇପଙ୍କା ଅଞ୍ଚଳରୁ  ଗଞ୍ଜେଇ ସଂଗ୍ରହ କରି ପାଟଣା ଚାଲାଣ କରୁଥିଲା ।

Advertisement