Thursday, September 24, 2026
ADVERTISEMENT
Home ଆଞ୍ଚଳିକ ନାବାର୍ଡ଼ ସହାୟତାରେ ସକାଳ ଅନୁଷ୍ଠାନ ପକ୍ଷରୁ ତାଲିମ ଶିବିର

ନାବାର୍ଡ଼ ସହାୟତାରେ ସକାଳ ଅନୁଷ୍ଠାନ ପକ୍ଷରୁ ତାଲିମ ଶିବିର

189
ADVERTISEMENT

ମୋହନା,୦୨/୦୨/୨୧(ମୋହନ ଗୌଡ଼) : ସ୍ଥାନୀୟ ବ୍ଳକ୍ ଅନ୍ତର୍ଗତ ମଳାସପଦର ସ୍ଥିତ ରେଚାଗୁଡ଼ା ଗ୍ରାମରେ ନାବାର୍ଡ଼ ସହାୟତାରେ ସକାଳ ଅନୁଷ୍ଠାନ ପକ୍ଷରୁ ୧୨ଗୋଟି ଗ୍ରାମର ୧୬ଟି ସ୍ଵୟଂସହାୟକ ଦଳର ୬୦ଜଣ ସଭ୍ୟାଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଗୌଡ଼ ନାର୍ବାଡ଼ ସହାୟତାରେ ସ୍ଵୟଂ ସହାୟକ ଦଳଗୁଡ଼ିକୁ କିପରି ସହାୟତାରେ ଅନୁଦାନ ରାଶି ବ୍ୟାଙ୍କ ମାଧ୍ୟମରେ ଯୋଗାଇ ଦିଆଯାଉଛି ଏବଂ ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ଯ ସଂପର୍କରେ କହିବା ସହ ଉପସ୍ଥିତ ରମେଶ ଚନ୍ଦ୍ର ସାହୁ, ପ୍ରଣତି ଦଳାଇ, କାଳୁଚରଣ ବିଷୋୟୀ, ସୁକୁମାରୀ ଦଳାଇ, ସୀତାମାଳ ବିଷୋୟୀ ଆଦି ସରକାରୀ କର୍ମଚାରୀମାନେ ଯୋଜନା ସଂପର୍କରେ ବୁଝାଇଥିଲେ । ଶେଷରେ ପଞ୍ଚାୟତ ସଂଯୋଜକ ଯୋଗେନ୍ଦ୍ର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।   

Advertisement