Thursday, November 5, 2026
ADVERTISEMENT
Home ରାଜ୍ୟ ୧୬ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ ଓଲଟି : ୪ ଜଣ...

୧୬ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ ଓଲଟି : ୪ ଜଣ ଗୁରୁତର

179
ADVERTISEMENT

ଭୁବନେଶ୍ୱର ,୦୧/୦୨/୨୧ (ଡ଼ି.ଏଚ/ବ୍ୟୁରୋ) : ସୁନ୍ଦରଗଡ଼ ହେମଗିରି ଥାନା କନିକା ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୧୬ ଜଣ ଆହତ ହୋଇଛନ୍ତି। ଗାଡିଟି ଦ୍ରୁତ ଗତିରେ ଯାଉଥିବାବେଳେ ଏକ ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି । ପିକଅପ୍‌ ଭ୍ୟାନ୍‌ଟି ୧୬ ଜଣ ଶ୍ରମିକଙ୍କୁ ନେଇ ଯାଉଥିଲା। ଭ୍ୟାନଟି ଯାଉଥିବାବେଳେ ଏକ ବାର୍‌ହା ରାସ୍ତା ଉପରକୁ ଚାଲି ଆସିଲା। ଫଳରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ବାର୍‌ହାକୁ ଧକ୍କା ଦେବା ସହ ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୬ ଜଣ ଶ୍ରମିକ ଆହତ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସମସ୍ତ ଆହତଙ୍କୁ ହେମଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଭ୍ୟାନ ଧକ୍କାରେ ବାର୍‌ହାରଟିର ମୃତ୍ୟୁ ଘଟିଛି।

Advertisement