ଢ଼େଙ୍କାନାଳ ,୫/୮ଏଜେନସି : ଢ଼େଙ୍କାନାଳ ଜିଲ୍ଲା ମୋଟାଙ୍ଗା ଥାନା ବାଙ୍ଗୁରିସିଙ୍ଗା ଗାଁରେ ଗ୍ୟାସ ଟାଙ୍କି ଫାଟି ମାଆ, ପୁଅ, ବୋହୂ ଗୁରୁତର ହୋଇଛନ୍ତି। ଏଥିସହିତ ୧୧ ବଖରା ଘର ମଧ୍ୟ ଅଗ୍ନିକାଣ୍ଡରେ ପୋଡ଼ି ଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଘରେ ଗ୍ୟାସ ଟାଙ୍କି ଫାଟି ବିନୋଦ ପ୍ରଧାନଙ୍କ ପରିବାରର ୪ଜଣ ବିନୋଦ ପ୍ରଧାନ, ହେମା ପ୍ରଧାନ, ମିନା ପ୍ରଧାନ ଓ ୭ବର୍ଷର ପୁଅ ଆୟୁଷ ପ୍ରଧାନ ଗୁରୁତର ଆହତ ହୋଇ ଢ଼େଙ୍କାନାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗ୍ୟାସଟାଙ୍କି ଫାଟି ଘଟିଥିବା ଅଗ୍ନିକାଣ୍ଡରେ ୧୧ଟି ପରିବାରଙ୍କର ୧୧ ବଖରା ଘର ପୋଡି ଧ୍ୱଂସ ହୋଇଯାଇଛି।