Saturday, November 7, 2026
ADVERTISEMENT
Home ଆଞ୍ଚଳିକ ତୃତୀୟ ଶ୍ରେଣୀ’୭ବର୍ଷ’ ଛାତ୍ରୀଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ : ଦୁଇ...

ତୃତୀୟ ଶ୍ରେଣୀ’୭ବର୍ଷ’ ଛାତ୍ରୀଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ : ଦୁଇ ଅଭିଯୁକ୍ତ ଗିରଫ

187
ADVERTISEMENT

ବ୍ରହ୍ମପୁର,୩୧/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାର ସୋରଳ ଗାଁରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବ୍ରହ୍ମପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଜଣେ ସାତ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମକୁ ବିରୋଧ କରିବାରୁ ନିର୍ମମଭାବେ ପିଟିଥିଲେ । ଦୁଇ ଅଭିଯୁକ୍ତ ଇଟାରେ ପୀଡ଼ିତାଙ୍କର ମୁଣ୍ଡ, ମୁହଁ, ଓ କାନକୁ ଭଙ୍ଗା ଇଟାଖଣ୍ଡରେ ପିଟିଥିଲେ। ଏହାଫଳରେ ପୀଡ଼ିତା ଗୁରୁତର ହୋଇଥିବା ବ୍ରହ୍ମପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ଏହି କାଣ୍ଡରେ ବ୍ୟବହାର କରାଯାଇଥିବା ରକ୍ତଲଗା ଭଙ୍ଗା ଇଟାଖଣ୍ଡ ଜବତ ହୋଇଛି। ପୁଲିସ୍ ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଏହାଛଡ଼ା ଉଭୟଙ୍କ ବିରୁଦ୍ଧରେ ପୋକ୍ସୋ ଧାରା ବ୍ୟତୀତ ଆଇପିସିର ଏସ୍ ୩୬୫/୩୬୬, ୩୭୬ ଡିବି, ୩୦୭ ଏବଂ ୩୪୧ ଧାରାରେ ମାମଲା ରୁଜୁ କରାଯାଇଛି । ଏଣେ ଗୁରୁତର ନାବାଳିକା କଟକ ବଡ଼ ଡାକ୍ତରଖାନାରେ ଚକିତ୍ସାଧୀନ ଥିବା ଜଣାଯାଇଛି ।

Advertisement