Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର ମୋଦୀ ସରକାରଙ୍କ ଜାମୁ କଶ୍ମୀର ଆଇନ ଘୋଷଣା ପରେ ପାକିସ୍ତାନ ଚକିତ

ମୋଦୀ ସରକାରଙ୍କ ଜାମୁ କଶ୍ମୀର ଆଇନ ଘୋଷଣା ପରେ ପାକିସ୍ତାନ ଚକିତ

317
ADVERTISEMENT

ନୂଆଦିଲ୍ଲୀ ,୫/୮ଏଜେନସି: ଜାମ୍ମୁକଶ୍ମୀର ପ୍ରସଙ୍ଗରେ ମୋଦୀ ସରକାରଙ୍କ ଘୋଷଣାରେ ପାକିସ୍ତାନ ଚକିତ ହୋଇଯାଇଛି | ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତର ଏହି ନିଷ୍ପତ୍ତିକୁ ଗ୍ରହଣ କରାଯାଇ ପାରିବନାହିଁ | ଭାରତର ଏହି ପଦକ୍ଷେପ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର କଶ୍ମୀର ସମ୍ବନ୍ଧିୟ ସଂକଳ୍ପ ବିରୋଧରେ ଓ କାଶ୍ମୀର ଲୋକଙ୍କ ଇଚ୍ଛା ବିରୋଧରେ ନିଆଯାଇଛି ବୋଲି ପାକ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତ ସରକାରଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ଆଇନର ଆଶ୍ରୟ ନିଆଯିବ।ପୂର୍ବରୁ ରବିବାର ଦିନ ଜାମ୍ମୁରେ ସୁରକ୍ଷାକର୍ମୀଙ୍କୁ ଠୁଳ କରାଯାଉଥିବାର ଅଭିଯୋଗ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ୱିଟ କରି ଲେଖିଥିଲେ ଯେ ଆମେରିକା ରାଷ୍ଟ୍ରପତି ମଧ୍ୟସ୍ଥତା କରନ୍ତୁ । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ କଶ୍ମୀର ପ୍ରସଙ୍ଗ ଏକ ଅନ୍ତରାଷ୍ଟ୍ରୀୟ ବିବାଦ ହୋଇଥିବା ବେଳେ ଭାରତ ସରକାର ଏକପାଖିଆ ନିଷ୍ପତ୍ତି ନେଇପାରିବେ ନାହିଁ । ଜମ୍ମୁ-କଶ୍ମୀରରେ ଚଳି ଆସୁଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ପାକିସ୍ଥାନ ରାଷ୍ଟ୍ରପତି ଏ ନେଇ ଟୁଇଟ୍ ଜରିଆରେ ନିଜର ପ୍ରତିକ୍ରିୟା ରଖିବା ସହିତ ଏହା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର କଶ୍ମୀର ସମ୍ବନ୍ଧିୟ ସଂକଳ୍ପ ବିରୁଦ୍ଧାଚରଣ କରୁଛି ବୋଲି ମନ୍ତବ୍ୟ ଦେଇଛନ୍ତି। ସେହିପରି ଭାରତ ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ଆଲୋଚନା ଲାଗି ଆସନ୍ତାକାଲି ପାକିସ୍ତାନ ସଂସଦର ବୈଠକ ଡକାଯାଇଛି ।

Advertisement