ବ୍ରହ୍ମପୁର,୩୧/୧,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲାପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନାଇଡ଼ୁପଲ୍ଲୀ ଗାଁ ନିକଟ ଏକ ଜମି ମଧ୍ୟରେ ଥିବା ପରିତ୍ୟକ୍ତ କୂଅରୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହକୁ ପୋଲିସ ଗତ ୨୭ତାରିଖ ଉଦ୍ଧାର କରିଥିଲା । ମୃତ ମହିଳା ଜଣକ ହେଲେ ନିକଟ ଗାଁ ସାର୍ଗୁଣାପଲ୍ଲୀର ନାରଶୁ ନାହାକ(୩୦) । ଏହି ଘଟଣାରେ ପୋଲିସ କୁ ବଡ଼ ସଫଳତା ମିଳିଛି ।ନାରଶୁ ର ହତ୍ଯାକାରୀ ଭାବନ୍ଧ ଗ୍ରାମର ବୁଧିଆଦାସ (୪୫ ) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ହତ୍ୟା ରେ ବ୍ୟବହୃତ କାତି ଓ ହଳେ ଚପଲ ପୋଲିସ ଜବତ କରିଛି । ବୁଧିଆ ବିବାହିତ ୩ଟି ସନ୍ତାନ ର ଜନକ ହୋଇଥିବା ବେଳେ ନାରୁସୁ ୪ଟି ସନ୍ତାନ ର ଜନନୀ ।ନାରୁସୁ ଓ ବୁଧିଆଦାସ ମଧ୍ୟରେ ଗତ ଦୁଇବର୍ଷ ଯାତାୟତ ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ନାରୁସୁ କୁଆଁରୀ ରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲା ।ଉଭୟେ ପରସ୍ପରକୁ ଭେଟୁଥିଲେ ।ଗତ ୨୫ତାରିଖରେ ନାରୁସୁ ନିଜ ଗ୍ରାମର ମନୁନାହାକ ଙ୍କ ଫୋନରୁ କଲ୍ କରି ବୁଧିଆ ଭେଟି ବା ପାଇଁ ଡାକିଥିଲା । ଶାଗ ତୋଳିବା କୁ ଯାଉଛି ବୋଲି ନାରୁସୁ ଘରେ କହି ଯାଇଥିଲା ।
ନାଇଡୁପଲ୍ଲି ଗାଁ ନିକଟ ଏକ ବିଲମାଳରେ ପରସ୍ପରକୁ ଭେଟିଥିଲେ ।ବୁଧିଆ ର ଘରକୁ ଯିବା ପାଇଁ ନାରୁସୁ ଜିଦ୍ ରେ ଅଟଳ ଥିଲା ।ବୁଧିଆ ନିଜର ହିତାହିତ ଜ୍ଞାନ ହରାଇ ନାରୁସୁ ର ବେକକୁ କାତି ରେ ହାଣି ଦେଇଥିଲା ।ଘଟଣା ସ୍ଥଳରେ ନାରୁସୁ ର ପ୍ରାଣବାୟୁ ଉଡି ଯାଇଥିଲା ।ଟାଣି ଟାଣି ନେଇ ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇ ବୁଧିଆ କାତି କୁ ଧୋଇଦେଇ ଘରୁକୁ ପଳାଇଯାଇଥିଲା । ମୃତ ଦେହ କୂଅ ଭିତରେ ପଡିଥିବା ନେଇ ଗାଁ ଲୋକେ ପୁରୁଷୋତ୍ତମପୁର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକଲ ପଠାଇ ତଦନ୍ତ ଆରମ୍ଭ କରିଥିଲା । କରାଯାଉଥିବା ସୂଚନା ମିଳିଛି ।ଥାନା କେସ ନ ୨୬/୨୭.୧.୨୧,୩୦୨ ଆଇ ପି ସି ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଅଧିକ ତଦନ୍ତ କରୁଥିଲା।ପୋଲିସ ମନୁ ନାହାକ କୁ ଥାନା କୁ ଆଣି ଜେରା କରିବା ସହ ଫୋନ କଲ ଟ୍ରାକିଙ୍ଗ୍ ରୁ ହତ୍ୟାକାରି ଜଣାପଡିଥିଲା ।ବୁଧିଆ ପୋଲିସ ଆଗରେ ସମସ୍ତ ଦୋଷ ସ୍ବୀକାର କରିଥିଲା।ପୋଲିସ ଗିରଫ କରି ବୁଧିଆ କୁ କୋର୍ଟ ଚାଲାଣ କରିଛି।ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ସେକେଣ୍ଡ ଅଫିସର ସୁନିଲ ପ୍ରଧାନ ଉପଥିଲେ । କନେଷ୍ଟବଳ ମନୋରଞ୍ଜନ ଦାଶ,ହେମନ୍ତ କୁମାର ସାହୁ, ବୁଧିଆ କୁ ତା ଘରୁ କାବୁ କରିଥିଲେ । କମ ସମୟରେ ହତ୍ୟାକାରୀ କୁ ପୋଲିସ ଗିରଫ କରିଥିଲା ।ବର୍ତ୍ତମାନ ପୁରୁଷୋତ୍ତମପୁର ଥାନା ସ୍ଥାନୀୟ ଜନସାଧାରଣ ଙ୍କ ପ୍ରଶଂସା ର ପାତ୍ର ପାଲଟିଛି ।

















