Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା କଂଗ୍ରେସର ପ୍ରେସ ମିଟ୍ : ସରକାର ଉପରେ ଅସନ୍ତୋଷ ପ୍ରକାଶ କଲେ ତାରା

ଗଞ୍ଜାମ ଜିଲ୍ଲା କଂଗ୍ରେସର ପ୍ରେସ ମିଟ୍ : ସରକାର ଉପରେ ଅସନ୍ତୋଷ ପ୍ରକାଶ କଲେ ତାରା

316
ADVERTISEMENT

ବ୍ରହ୍ମପୁର,୨୯/୦୧/୨୧(ଇ.ରଞ୍ଜନ) :ଶନିବାର ଗାନ୍ଧୀଜିଙ୍କ ସହିଦ ଦିବସ ପାଳିବ ଗଂଜାମ ଜିଲ୍ଲା କଂଗ୍ରେସ I ଏନେଇ ଦଳ ପକ୍ଷରୁ ରାଲି କିମ୍ବା ସମାବେଶ କରିବାକୁ ପ୍ରଶାସନ ମନା କରିବାରୁ କୁକୁଡାଖଣ୍ଡି ବ୍ଲକ ବଉଳଝୋଳି ଗ୍ରାମରେ ରମେଶଙ୍କ ଏକ ଫାର୍ମ ହାଉସ ଠାରେ ଏକ ପ୍ରେସମିଟ କରି ଅସନ୍ତୋଷ ପ୍ରକାଶ କଲେ କୋରାପୁଟ ବିଧାୟକ ତାରାବାହିନିପତି ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା। ଏନେଇ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମୀଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି I ଆସନ୍ତାକାଲି ଗାନ୍ଧିଜୀଙ୍କ ତିରୋଧାନ ଦିବସ ଅବସରରେ ବ୍ରହ୍ମପୁରକୁ ଆସିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ନରସିଂହ ମିଶ୍ର, ଜୟଦେବ ଜେନା ଓ କଂଗ୍ରେସର ସମସ୍ତ ବିଧାୟକ ସମେତ ଦୁଇ କାର୍ଯ୍ୟକାରି ସଭାପତି ଆସନ୍ତା କାଲି ବ୍ରହ୍ମପୁର ରମଲିଙ୍ଗେସ୍ୱର ପୋଖରୀ ନିକଟରେ ଆୟୋଜିତ ବୈଠକରେ ଯୋଗ ଦେବା ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଚି I ପୂର୍ବରୁ ୭ହଜାର ଲୋକଙ୍କୁ ନେଇ ବୈଠକ ଆୟୋଜନ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା କିନ୍ତୁ ପ୍ରଶାସନିକ ଅନୁମତି ନମିଳିବାରୁ ୧୫ ସହ ଲୋକଙ୍କୁ ନେଇ ବୈଠକ କରିବାକୁ ନିଷ୍ପତ୍ତି ହୋଇଚି I ଏବଂ ରମେଶ ଜେନା ଜିଲ୍ଲା ସଭାପତି ଦାୟିତ୍ୱ ନେବାପରେ ଏକ ବଡ଼ ଧରଣର ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ I ଗୋପାଳପୁର ମେ ଫେୟାର ଠାରୁ ବିଭିନ୍ନ କାର୍ଯ୍ୟକ୍ରମ କରି ବ୍ରହ୍ମପୁରରେ ପହଁଚିବେ କଂଗ୍ରେସ କର୍ମୀ I କିନ୍ତୁ ବିଜେଡ଼ି ଓ ବିଜେପି ପାଇଁ ଗୋଟିଏ ନିୟମ ଗୋଟିଏ କଐନର ଦୁଇଟି ପାର୍ଶ୍ୱ ହୋଇଥିବାବେଳେ କଂଗ୍ରେସ ପାଇଁ ପାତର ଅନ୍ତର ନିତି କରୁଚନ୍ତି ରାଜ୍ୟ ସରକାର I ତାଙ୍କ ବୈଠକ ସ୍ଥଳରେ ମାତ୍ର ୧୫00 ଲୋକଙ୍କୁ ଅନୁମତି କୋବିଡ଼ ଟେଷ୍ଟ କରି ବୈଠକ ସ୍ଥଳକୁ ଯିବାକୁ ପଡ଼ିବ କହିଲା ପ୍ରଶାସନ ବିଜେଡ଼ିର ଏଜେଣ୍ଟ ସାଜି କହିବା ପ୍ରଶାସନ ଏପରି ନିତି ଆପଣେଇବା ଦୁର୍ଭାଗ୍ୟ ଜନକ ବିଷୟ I ଏହାକୁ କଂଗ୍ରେସ ଦଳ ଘୋର ବିରୋଧ କରୁଚି I ବ୍ରହ୍ମପୁର, ଭୁବନେଶ୍ୱର ଓ କଳାହାଣ୍ଡିରେ ବୈଠକ, ସରକାରୀ କାର୍ଯ୍ୟକ୍ରମ ବେଳେ ୧0 ହଜାର ଲୋକ ଉପସ୍ଥିତ ଥିଲେ କିନ୍ତୁ କଂଗ୍ରେସକୁ ରାଜ୍ୟ ସରକାରଙ୍କ ଏତେ ଭୟ କାହିଁକି I ସେତେବେଳେ କଣ ସମସ୍ତଙ୍କ କୋବିଡ଼ ଟେଷ୍ଟ ହୋଇଥିଲା କି ? ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ମିଟିଙ୍ଗ ପ୍ରତି ଅସହିଷ୍ଣୁ ହେଉଛି ପ୍ରଶାସନ ଶାସକ ଦଳର ହାତବାରିସୀ ସାଜି I କଂଗ୍ରେସ ଜନପ୍ରିୟତା ହୋଇଜିବ ବୋଲି ଏଭଳି ଆଭିମୁଖ୍ୟ ଗ୍ରହଣ କରୁଚି ବିଜେଡ଼ି I ରାଲି ପରେ ରମେଶଙ୍କୁ ଜେଲ କରାଯାଇଥିଲା ଏବେ ହିମତ ଅଛି ତ ମୋତେ ଜେଲକୁ ନିଅ ବୋଲି ତାରା ବାହିନୀପତି କହିଥିଲେ I ଆସନ୍ତାକାଲି ପାଇଁ ବୈଠକ ପାଇଁ ଏତେ ଦିନ ହେଲା ହଇରାଣ କରାଯାଉଛି I ଅନ୍ୟ ଦଳ କଲେ କିଛି ନାହିଁ, କିନ୍ତୁ କଂଗ୍ରେସ କଲେ ହଇରାଣ କରାଯାଉଛି I କଂଗ୍ରେସ କର୍ମୀ ଆସନ୍ତାକାଲି ସଭାକୁ ଆସିବାବେଳେ ହଇରାଣ କରାନଯାଉ I ଯଦି କିଛି ଅଘଟଣ ଘଟେ ତାହାଲେ ରାଜ୍ୟ ସରକାର ଦାୟୀ ରହିବେ I ଆମେ କାଲି ସଭା କରିବୁ, ଯଦି ସତସାହସ ଅଛି ତ ଗିରଫ କରି ଦେଖାଉ ପୋଲିସ I ରମେଶ କଂଗ୍ରେସର ରାଲି କରିଥିବା ବେଳେ ଅଢେଇ ବର୍ଷ ଜେଲ ଦେଇଥିଲେ Iକଂଗ୍ରେସ ଚାହୁଁଚି ଶାନ୍ତି, Iସଭା ପାଇଁ ୪ଦିନ ହେଲା ଅନୁମତି ମାଗିଲେଣି I RTPCR ଟେଷ୍ଟ କରିବାକୁ କରିବାକୁ ତିନି ଦିନ ଲାଗୁଥିବା ବେଳେ କିଭଳି କର୍ମୀ ଆସିବେ ତାହାକୁ ସରକାର ବୁଝିବେ I ଏଥିରୁ ରାଜ୍ୟ ସରକାର କଂଗ୍ରେସ ସଭା କରିବାକୁ ଚାଁହୁନଥିବା ସ୍ପଷ୍ଟ ବାରି ହୋଇପଡୁଚି I

Advertisement