ADVERTISEMENT
Home ପୁରୀ ପୁରୀ ଜୁଆରରେ ଭାସିଯାଇଥିବା ୭ ପର୍ଯ୍ୟଟକଙ୍କ ଭିତରୁ ୬ ଉଦ୍ଧାର, ଜଣେ ନିଖୋଜ

ପୁରୀ ଜୁଆରରେ ଭାସିଯାଇଥିବା ୭ ପର୍ଯ୍ୟଟକଙ୍କ ଭିତରୁ ୬ ଉଦ୍ଧାର, ଜଣେ ନିଖୋଜ

232
ADVERTISEMENT

ପୁରୀ,୨୯/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ଆଜି ସମୁଦ୍ରରେ ଏକ ଅଘଟଣ ଘଟିଛି। ସମୁଦ୍ରରେ ପଶିଥିବା ବେଳେ ୭ ଜଣ ପର୍ଯ୍ୟଟକ ଜୁଆରରେ ଭାସିଯାଇଥିଲେ। ସେମାନଙ୍କ ଭିତରୁ ୬ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଜଣେ ନିଖୋଜ ଥିବା ଜଣାଯାଇଛି। ନିଖୋଜ ବ୍ୟକ୍ତି ଝାଡ଼ଖଣ୍ଡ ବୋକାରୋର ରମେଶ ସାହୁଙ୍କ ପୁଅ ଦୀପକ କୁମାର(୧୭) ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଝାରଖଣ୍ଡରୁ ଆସିଥିବା ୧୫ ଜଣ ପର୍ଯ୍ୟଟକ ପେଣ୍ଠକଟା ନିକଟ ପିଙ୍କ ହାଉସ ହୋଟେଲ ନିକଟରେ ଗାଧୋଉଥିଲେ। ଏହି ସମୟରେ ଉଚ୍ଚ ଜୁଆରରେ ୭ଜଣ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ୬ ଜଣକୁ ଉଦ୍ଧାର କରିଥିବା ବେଳେ ଦୀପକ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଦୀପକ ଜଣେ ଛାତ୍ର ବୋଲି ଶୁଣିବାକୁ ମିଳିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ଆଖପାଖ ଅଞ୍ଚଳରେ ଖୋଜା ଜାରି ରହିଛି।

Advertisement