Thursday, October 1, 2026
ADVERTISEMENT
Home ଆଞ୍ଚଳିକ ଆର.ଉଦୟଗିରିରେ ଓଡିଶା ଜୀବିକା ମିଶନ ପକ୍ଷରୁ ପୃଷ୍ଟି ମହୋତ୍ସବ ପାଳିତ

ଆର.ଉଦୟଗିରିରେ ଓଡିଶା ଜୀବିକା ମିଶନ ପକ୍ଷରୁ ପୃଷ୍ଟି ମହୋତ୍ସବ ପାଳିତ

276
ADVERTISEMENT

ମୋହନା,୨୯/୦୧/୨୧(ମୋହନ ଗୌଡ଼) : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଓଡିଶା ଜୀବିକା ମିଶନ ପକ୍ଷରୁ ବିପିଏମ ଇନଚାର୍ଜ ରଜନୀକାନ୍ତ ପଣ୍ଡାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପୃଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସାଧନ କର୍ମି ପ୍ରେମଲତା ରଇତ ସହଯୋଗ କରିଥିବାବେଳେ ଓଡିଶା ଜୀବିକା ମିଶନ ପଞ୍ଚାୟତ ଫେଡେରେସନ ସଦସ୍ୟର ସଭାପତି ସମ୍ପାଦକ ଯୋଗ ଦେଇଥିଲେ । ଏବଂ ନିଜ ଘର ପାଖରେ କରିଥିବା ଛୋଟ ଛୋଟ ବଗିଚା ମାନଙ୍କରେ ପୃଷ୍ଟିକର ଜାତୀୟ ବିଭିର୍ଣ୍ଣ ପନିପରିବା ଓ ସମସ୍ତ ଶସ୍ୟ ଜାତୀୟ ଖାଦ୍ୟକୁ ଏହି ମହୋତ୍ସବରେ ପଦର୍ଶିତ କରାଯାଇଥିଲା । ଯାହାକି ଏହି ଉତ୍ସବରେ ପନିପରିବା ଏବଂ ସସ୍ୟକୁ ପଦର୍ଶିତ କରିବାର ମୁଖ୍ୟ ଉଦ୍ଧେଷ୍ୟ ହେଲା ଯେପରି ଉକ୍ତ ପଦର୍ଶିତ ହୋଇଥିବା ପରିବା ଖୁବ କମ ପରିଶ୍ରମ ଏବଂ ସରକାରି ଅନୁଦାନ ଦ୍ୱାରା ବିନା ଅର୍ଥର ଖର୍ଚ୍ଚରେ ଖୁବ କମ ସମୟରେ ହୋଇପାରିବ ପରିବା ଚାଷ । ତେବେ ଏହି କାର୍ଯ୍ୟକ୍ରମ ୨୭ ତାରିଖ ଠାରୁ ୩0 ତାରିଖ ଯାଏଁ ଯଥା ଚାରିଦିନ ଧରି ଆର.ଉଦୟଗିରି ପଞ୍ଚାୟତ, ସବରପଲ୍ଲୀ , ଅଵାରସିଂ ଓ ଛେଳିଗଡ଼ ପଞ୍ଚାୟତ ଗୋଟିଏ ଦିନ ଲେଖାଏଁ ଏହି ପୃଷ୍ଟି ମହୋତ୍ସବ ପାଳନ କରିବେ ବୋଲି ଓଡିଶା ଜୀବିକା ମିଶନ ବିଭାଗର ବିପିଏମ ଇନଚାର୍ଜ ରଜନୀକାନ୍ତ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।

Advertisement