ବ୍ରହ୍ମପୁର,୨୯/୧,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ଗ୍ରାମସ୍ଥିତ ଐତିହ୍ୟ କିର୍ତ୍ତି ପରିପୂର୍ଣ୍ଣ ଜଉଗଡ ଚଳିତ ବର୍ଷ ପ୍ରଥମ ଥର କରି ଜଉଗଡ ମହୋତ୍ସବ ପାଳନ ହେବା କୁ ଯାଉଛି ।ଏହି ପରିପ୍ରେକ୍ଷୀ ରେ ଗୁରୁବାର ଅପରାହ୍ନରେ ପୁରୁଷୋତ୍ତମପୁର ବ୍ଲକ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଫେବୃଆରୀ ୨୬ତାରିଖରୁ ତିନିଦିନିଆ ମହୋତ୍ସବ ଆୟୋଜନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ନେତୃତ୍ବରେ ଏକ ପରିଚାଳନା କମିଟି ଗଠନ ହେବ ବୋଲି ସ୍ଥିର କରାଯାଇଥିଲା । ସ୍ଥାନୀୟ ବିଡ଼ିଓ ବିଜୟ କୁମାର ବେହେରା ସଞ୍ଜୋଜକ ଦାୟିତ୍ୱ ତୁଲାଇବେ । କରୋନା ଗାଇଡ ଲାଇନ ପାଳନ କରି ମହୋତ୍ସବକୁ ଲୋକାଭିମୁଖୀ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକକଳା ପ୍ରଥମିକତା ଦେବା ସହ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ଉପରେ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।ମୁଖ୍ୟମନ୍ତ୍ରୀ ଭିଡିଓ କନଫେରନ୍ସ ମାଧ୍ୟମରେ ଶୁଭ ଉଦ୍ ଘାଟନ କରିବେ । ପ୍ରଥମ ଦିନରେ ବାଚସ୍ପତି ,ଗଞ୍ଜାମ ଜିଲ୍ଲାର ମନ୍ତ୍ରୀ, ବିଧାୟକ ଉପସ୍ଥିତ ରହିବେ।ମହୋତ୍ସବ ଅପରାହ୍ନ ୫ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ ।ପାଣ୍ଡିଆ ଗ୍ରାମର ଶତାଧିକ ସ୍ବେଚ୍ଛାସେବୀ ପରିଚାଳନାରେ ସହଯୋଗ କରିବେ ।ଏହି ପ୍ରସ୍ତୁତି ବୈଠକରେ କବିସୂର୍ଯ୍ୟନଗର ବିଧାୟିକାଲତିକା ପ୍ରଧାନ,ବିଡ଼ିଓ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ପି ନାରାୟଣ ରାଓ ,ଜୀବନବିନ୍ଦୁ କାର୍ଯ୍ୟକ୍ରମର ସହ ସଞ୍ଜୋଜକ ନିର୍ମଳ ଚନ୍ଦ୍ର ସାହୁ, ସମାଜସେବୀ ଦୈତାରି ବେହେରା, ପାଣ୍ଡିଆ ସରପଞ୍ଚ ଗୋପାଳ ସେଠି,ଗୋପାଳ ରାଓ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ନେତୃ ବୃନ୍ଦ ଉପସ୍ଥିତ ଥିଲେ ।


















