Sunday, November 8, 2026
ADVERTISEMENT
Home ଆଞ୍ଚଳିକ ପର୍ଯ୍ୟଟକଙ୍କ ହୃଦଘାତରେ ମୁର୍ତ୍ୟୁ

ପର୍ଯ୍ୟଟକଙ୍କ ହୃଦଘାତରେ ମୁର୍ତ୍ୟୁ

189
ADVERTISEMENT

ବ୍ରହ୍ମପୁର ,୨୮/୧,(ଇ.ରଞ୍ଜନ) : ପୋଡ଼ସି ରାଜ୍ୟ ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ବ୍ୟକ୍ତି , ଗଞ୍ଜାମ ଜିଲ୍ଲାର କିଛି ପର୍ଯ୍ୟଟନ ସ୍ଥଳ ଵୁଲିବା ପାଇଁ ପରିବାର ଲୋକଙ୍କ ସହ ନିଜ ଗାଁରୁ ଗୋପାଳପୁର ଆସିଲେ ଖୁସୀମନରେ ପରିବାର ବର୍ଗଙ୍କ ସହ ଆଉ କିଛି ମନଲୋଭା ଦୃଶ୍ୟ ଦେଖିବା ପାଇଁ ଦାଡିଙ୍ଗବାଡ଼ି ଅଭିମୁଖେ ବାହାରିବା ପାଇଁ ସ୍ଥିର କରିଥିଲେ l ସେ ଦୁଇ ଦିନଧରି ଗୋପାଳପୁର ଏକ ହୋଟେଲରେ ରହିଆସୁଥିଲେ ବ୍ୟକ୍ତି ଜଣକ କଲିକତାର ବେଥଲ ସ୍ବାମପାଦ ଘୋଷ 47ବର୍ଷ, ପୂର୍ବରୁ ଦେହ ଅସୁସ୍ଥତା ଥିଲା l ଔଷଧ ସେବନ କରି ସୁସ୍ଥତା ଅନୁଭବ କରିଆସୁଥିଲେ l ହଟାତ ଶରୀରରେ ଯନ୍ତ୍ରଣା ଆସିଥିଲା ସେଠାରେ ହୋଟେଲ ମେନେଜର ଓ ତାଙ୍କ ଶଳା ଗୋପାଳପୁର ମେଡିକାଲ ନେଇଥିଲେ ସେଠାରେ ଡାକ୍ତର ହୃଦଘାତରେ ମୃତ୍ୟୁହୋଇଥିବା ଘୋଷଣା କରିଥିଲେ l ସେଠାରେ ଗୋପାଳପୁର ପୋଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଥିବା ଜଣାପଡିଛି l

Advertisement