Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗ୍ୟାସ ବଣ୍ଟନ କାର୍ଯ୍ୟକ୍ରମ କୁ ବର୍ଜ୍ଜନ କଲେ : ପୁରୁଷୋତ୍ତମପୁର ଅଙ୍ଗନବାଡି କର୍ମୀ

ଗ୍ୟାସ ବଣ୍ଟନ କାର୍ଯ୍ୟକ୍ରମ କୁ ବର୍ଜ୍ଜନ କଲେ : ପୁରୁଷୋତ୍ତମପୁର ଅଙ୍ଗନବାଡି କର୍ମୀ

224
ADVERTISEMENT

ବ୍ରହ୍ମପୁର,୨୮/୧,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସବିତା ଚ୍ୟାଉପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଙ୍ଗନବାଡି କେନ୍ଦ୍ରକୁ ଗ୍ୟାସ ବଣ୍ଟନ କାର୍ଯ୍ୟକ୍ରମ ନିଜସ୍ଵ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଥିଲା । କିନ୍ତୁ ଅଙ୍ଗନବାଡି କର୍ମୀ ମାନେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ବର୍ଜ୍ଜନ କରିଥିଲେ । ସିଡିପିଓ ଓ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିଲା । କର୍ମୀଙ୍କ ଅଭିଯୋଗ ହେଲା ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ଓ ମିଶନ୍ ଶକ୍ତିର ଚିଠି ନମ୍ବର ୨୨୧/୦୪.୦୧.୨୦୧୯ ପ୍ରକାରେ ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ ୧୦ ହଜାର ଟଙ୍କା ,ମିନି ଅଙ୍ଗନବାଡି କେନ୍ଦ୍ରକୁ ୫ହଜାର ଟଙ୍କା (ଅଙ୍ଗନବାଡି କେନ୍ଦ୍ର ଯୁଗ୍ମ)ଖାତା ମାଧ୍ୟମରେ ପ୍ରଦାନ କରିବା ବ୍ୟବସ୍ଥା ରହିଥିବା ବେଳେ ୫କେଜି ଗ୍ୟାସ ଭର୍ତ୍ତି ଟାଙ୍କି ୨ଗୋଟି,ଚୁଲା ,ଲାଇଟଟର ସମସ୍ତ ସରଞ୍ଜାମ ପ୍ରଦାନ କରିବା ପାଇଁ ସିଡିପିଓ ପ୍ରସ୍ତୁତ କରିଥିଲେ । ଯାହାର ମୂଲ୍ୟ୫୫୨୦ଟଙ୍କା,କିନ୍ତୁ ଅଙ୍ଗନବାଡି କର୍ମୀ ମାନେ ଏହି ଛୋଟ ଟାଙ୍କି ନଦେଇ ବଡ ଗ୍ୟାସ ଟାଙ୍କି ପ୍ରଦାନ କଲେ ଆମେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିବୁ ବୋଲି କହିଥିଲେ । ଅନ୍ୟ ପକ୍ଷରେ ବଡ ଟାଙ୍କି ଗ୍ୟାସ ଭର୍ତ୍ତି ୨ଗୋଟି ସହ ଗ୍ୟାସ ସଞ୍ଜୋଗ ସମସ୍ତ ସରଞ୍ଜାମର ଦାମ ବର୍ତ୍ତମାନ ୬୧୨୭ଟଙ୍କା ରହିଥିବା ବେଳେ ରାଜ୍ୟ ସରକାର ଦେଉଛନ୍ତି ୧୦ହଜାର ଟଙ୍କା । ସିଡିପିଓ କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଚିଠି ପ୍ରକାରେ ବଣ୍ଟନ କାର୍ଯ୍ୟକ୍ରମ କରୁଛୁ ।

Advertisement