ବ୍ରହ୍ମପୁର,୨୮/୦୧/୨୧ (ଇ.ରଞ୍ଜନ) : ବ୍ରହ୍ମପୁର ଠାରେ ବିମାନବନ୍ଦର ସ୍ଥାପନ ନେଇ ବ୍ରହ୍ମପୁର ବଡବଜାର ଠାରେ ଚାମ୍ବର୍ସ ଅଫ କମର୍ସର ଆୟୋଜନରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ପଞ୍ଚମ ପର୍ଯ୍ୟାୟ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଗଣେଶ ମାର୍କେଟ ନିକଟରେ ସମସ୍ତ ବ୍ୟବସାୟୀଙ୍କ ସମେତ ଜନସାଧାରଣ ସ୍ୱତଃ ପ୍ରବୃତ ଭାବେ ଏହି ଅଭିଯାନରେ ସାମିଲ ହୋଇ ବିମାନବନ୍ଦର ସ୍ଥାପନ ଆନ୍ଦୋଳନକୁ ପୁର୍ଣ ସହଯୋଗ କରିଥିଲେ l ଚାମ୍ବର ଅଫ କମର୍ସ ର ସମ୍ପାଦକ ଭି. ସନ୍ତୋଷ କୁମାର, ଜାମୁଲl ସୁରେଶ, ଜାମୁଲା ମୋହନ ରାଓ, ଇପାରୀ ଶିବ ପ୍ରସାଦ ରାଓ, ବି. ସ୍ୱରାଜ୍ୟ ସୁବୁଦ୍ଧି, ମିଳିତ କ୍ରିୟାନୁଷ୍ଠାନ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା, ସହ ଆବାହକ ଅବନୀ ଗୟା, ଗଗନ ଚନ୍ଦ୍ର ମଲ୍ଲିକ, ରମେଶ ଚନ୍ଦ୍ର ବେହେରା, ଏସ. କେଶବ ଲିଙ୍ଗମ, ସବିତା ସାହୁକାର, ଏସ. ପ୍ରକାଶ ଚନ୍ଦ୍ର ପାତ୍ର,ଗାୟତ୍ରୀ ଶକ୍ତିପୀଠ ର ସଂଚାଳକ ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ବିଜୟ ସାହୁ, ଚିତ୍ତ ରଞ୍ଜନ ନାୟକ ପ୍ରମୁଖ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଚାମ୍ବର ଅଫ କମର୍ସ ର ଏହିଭଳି ସହଯୋଗପୁର୍ଣ ପ୍ରମୁଖ ଭୂମିକାକୁ ସ୍ଥାନୀୟ ଅଂଚଳରେ ଜନ ସାଧାରଣଙ୍କ ପକ୍ଷରୁ ତଥା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭୁୟସୀ ପ୍ରଶଂସା କରାଯାଇଛି l ସେହିପରି ମିଳିତ କମିଟି ସଦସ୍ୟ ତଥା ଓଡିଶା ରାଜ୍ୟ ଶିକ୍ଷକ ସଂଘର ପୂର୍ବତନ ସମ୍ପାଦକ କାମରାଜୂ ମହାରଣାଙ୍କ ନେତୃତ୍ୱରେ ଶୀତଳlପଲ୍ଲୀ ଠାରେ ମଧ୍ୟ ସେଠାକାର ଲୋକ ମାନେ ବିମାନବନ୍ଦର ସ୍ଥାପନ କରିବା ପାଇଁ ଡାକ ପୋଷ୍ଟ କାର୍ଡ ମାଧ୍ୟ୍ୟମରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ କରି ଦାବି ଉପସ୍ଥାପନା କରିଛନ୍ତି ତେବେ ସରକାରଙ୍କ ତରଫରୁ କେବେ ଏହା କାର୍ଯ୍ୟକାରୀ ହେବ ତାହାକୁ ଲୋକଙ୍କ ନଜର l



















