ଭୁବନେଶ୍ୱର,୨୮/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରର ହୋଇଥିବାବେଳେ ୪୬ ଜଣ ଲୋକାଲ୍ କେସ୍। ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରନ୍ତମାନେ ୧୯ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ସମ୍ବଲପୁରରୁ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୮ ଜଣ ଚିହ୍ନଟ ହୋଇଥିବା ୨ୟ ସ୍ଥାନରେ ରହିଛି ସୁନ୍ଦରଗଡ଼। ସୁନ୍ଦରଗଡ଼ରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ଅନୁଗୋଳରୁ୧୦, ବାଲେଶ୍ୱରରୁ ୪, ବରଗଡରୁ ୮, ଯାଜପୁର, ଭଦ୍ରକ, ଗଜପତି, ଝାରସୁଗୁଡ଼ାରୁ ୩ଜଣ ଲେଖାଏ, ବଲାଙ୍ଗୀରରୁ ୬, କଟକରୁ ୯, ଗଞ୍ଜାମ, କେନ୍ଦ୍ରାପଡା, ପୁରୀ, ରାୟଗଡ଼ାରୁ ଜଣେ ଲେଖାଏ, କଳାହାଣ୍ଡରୁ, ମୟୂରଭଞ୍ଜରୁ ୨, ଖୋର୍ଦ୍ଧାରୁ ୮, ନୂଆପଡ଼ାରୁ ୧୧ ଓ ସୁନ୍ଦରଗଡରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲ୍ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ତେବେ ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ସୋନପୁରରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩,୩୪,୭୮୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩,୩୧,୫୩୫ ଜଣ ରୋଗୀ ସୁସ୍ଥ ହୋଇ ଫେରୁଥିବାବେଳେ ଆକ୍ଟିଭ କେସ ଅଛି ୧,୨୮୬ ।


















