Friday, November 6, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରେ ଚାରିପଟେ ନକଲି ଜିନିଷ :ନକଲି ମୃଦୁପାନୀୟ ଫ୍ୟାକ୍ଟ୍ରିରେ ଚଢଉ

ବ୍ରହ୍ମପୁରରେ ଚାରିପଟେ ନକଲି ଜିନିଷ :ନକଲି ମୃଦୁପାନୀୟ ଫ୍ୟାକ୍ଟ୍ରିରେ ଚଢଉ

235
ADVERTISEMENT

କୁକୁଡଡାଖଣ୍ଡି,୨୭/୧,(ଇ.ରଞ୍ଜନ) : ଵ୍ରହ୍ମପୁର ଓ ଗୋପାଳପୁର ଥାନା ଅଞଳରେ ବିଭିନ୍ନ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ଫ୍ୟାକ୍ଟ୍ରି ଉପରେ ଚଢଉ କରିବା ପରେ ସଦରଥାନା ପୋଲିସ ସୁକୁଣ୍ଡା ଗୌଡ ସାହିରେ ଚାଲିଥିବା ଏକ ନକଲି ମୃଦ୍ୟୁ ପାନୀୟ ଜଳ କୋଲଡ୍ରିକଂ ଫ୍ୟାକ୍ଟ୍ରି ଉପରେ ଚଢଉ କରିଛି । ୪୦୭ ଗାଡି ସହ ବିପୁଳ ପରିମାଣରେ ବିଭିନ୍ନ ବ୍ରାଣ୍ଡର ନକଲି କୋଲଡ଼ ଡ୍ରିଂକ୍ସ ଜବତ । ଏଥିସହ କୋଲଡରିଙ୍ଗସ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ୭ଟି ମେସିନକୁ ଜବତ କରିଛି ସଦର ଥାନା ପୋଲିସ। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହୋଇଥିବା ଜଣାପଡିଛି । ଏ ଘଟଣାରେ ଏସ. ବଂଶୀଧର ପାତ୍ର ନାମକ ଜଣେ ଯୁବକକୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ଥାନାଧିକାରୀ ସନ୍ତୋଷିନୀ ଏରାମ ସୂଚନା ଦେଇଛନ୍ତି । ୪ଟି ବିଭିନ୍ନ ବ୍ରାଣ୍ଡର ସିଲ କରି ରଗଂ ଓ ସାକାରିନ ଦେଇ ଏହା ପ୍ରସ୍ତୁତ କରୁଥିଲେ । ବ୍ରହ୍ମପୁର ସହର ଓ ଏହାର ଆଖପାଖ ଅଞଳରେ ଚାଲିଛି ମାଳମାଳ ନକଲି ସାମଗ୍ରୀ କାରବାର । ପୂବରୁ ବହୁ ନକଲି ଗୁଟୁଖାର ପେଣ୍ଟସ୍ଥଳୀ ପାଲଟିଥିଲା ସଦରଥାନା ଅଞ୍ଚଳ । ପରେ ଦେଖାଣିଆ ଭାବେ ଧରପଗଡ ହୋଇଥିଲା ବର୍ତ୍ତମାନ ପୁଣି ନକଲି ଗୁଟୁଖା ପ୍ରସ୍ତୁତ ଓ ଅନ୍ୟ ଅଞ୍ଚଳରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ପୋଲିସ ଚୁପ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisement