Friday, November 6, 2026
ADVERTISEMENT
Home ଆଞ୍ଚଳିକ ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

169
ADVERTISEMENT

ବ୍ରହ୍ମପୁର,୨୭/୧,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନାଇଡ଼ୁପଲ୍ଲୀ ଗାଁ ନିକଟ ଏକ ଜମି ମଧ୍ୟରେ ଥିବା ପରିତ୍ୟକ୍ତ କୂଅରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି  । ମୃତ ମହିଳା ଜଣକ ହେଲେ ନିକଟ ଗାଁ ସାର୍ଗୁଣାପଲ୍ଲୀର ନାରଶୁ ନାହାକ(୩୦)  । ନାରଶୁ ଗତ ସୋମବାର ଠାରୁ ନିଖୋଜ ଥିବା ବେଳେ ଆଜି ତାଙ୍କରି କ୍ଷତ ବିକ୍ଷତ ମୃତ ଦେହ କୂଅରୁ ଉଦ୍ଧାର କରାଯାଇଛି  । ମୃତ ନାରଶୁଙ୍କ ପରିବାର ଲୋକ କହିବା ହେଲା ଯେ ସେ ସୋମବାର ଦିନ୧୨ଟାରୁ ଶାଗ ତୋଳିବାକୁ ବିଲକୁ ଯାଇ ଆଉ ଫେରିନଥିଲେ  । ପରିବାର ଲୋକ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କରି କିଛି ଖୋଜ ଖବର ମିଳିନଥିଲା।   । ମୃତ ଦେହ କୂଅ ଭିତରେ ପଡିଥିବା ନେଇ ଗାଁ ଲୋକେ ପୁରୁଷୋତ୍ତମପୁର ଥାନାକୁ ଖବର ଦେଇଥିଲେ  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକଲ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ ଏକ ଚପଲ,ରକ୍ତ ଭିଜା ମାଟିକୁ ପୋଲିସ ଜବତ କରିଛି । ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରାଯାଉଥିବା ସୂଚନା ମିଳିଛି । ମୃତ ନାରଶୁଙ୍କ ଦେହରେ ହଣା ଚିହ୍ନ ଥିବା ହେତୁ ତାଙ୍କୁ କେହି ହତ୍ୟା କରିଥିବା ତାଙ୍କ ଭାଇ ସନ୍ଦେହ କରିଛନ୍ତି  । ଥାନା କେସ ନମ୍ବର ୨୬/୨୧ ,୩୦୨ ଆଇ ପି ସି ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

Advertisement