Friday, November 6, 2026
ADVERTISEMENT
Home ଆଞ୍ଚଳିକ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

224
ADVERTISEMENT

ବ୍ରହ୍ମପୁର,୨୭/୧,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ପକ୍ଷରୁ ବ୍ଳକ ପରିସରରେ ଜାତୀୟ କନ୍ୟା ସନ୍ତାନ ଦିବସ ସିଡିପିଓ ସବିତା ଚ୍ୟାଉପଟନାୟକ ସଞ୍ଜୋଜନାରେ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ସଚେତନତା ରାଲି ବ୍ଲକ ପରିସରରୁ ବାହାରିଥିଲା । ଏହି ରାଲିକୁ ମୁଖ୍ୟ ଅତିଥି ଭାବରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରୀୟ ରଂଜନ ପୃଷ୍ଟି ଯୋଗଦେଇ ପତକା ଦେଖାଇ ଉଦ୍ ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ବିଜୟ କୁମାର ବେହେରା, ତହସିଲଦାର ନୀତିଶ କୁମାର ତ୍ରିପାଠୀ, ସରପଞ୍ଚ ସଙ୍ଘ ସଭାପତି ରାଜେନ୍ଦ୍ର ପ୍ରସାଦ ଶତପଥି, ଜିଲ୍ଲା ପରିଷଦ ସଭ୍ୟା ପ୍ରୀୟଲତା ସାହୁ ଯୋଗଦେଇ ଥିଲେ । କୁନି କୁନି ବାଳିକା ମାନଙ୍କ ଦ୍ୱାରା କନ୍ୟା ଭୃଣ ଓ ବାଲ୍ୟ ବିବାହ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ସୁପରଭାଇଜର, ଅଙ୍ଗନବାଡିକର୍ମୀ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Advertisement