Friday, November 6, 2026
ADVERTISEMENT
Home ଆଞ୍ଚଳିକ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ

221
ADVERTISEMENT

ବଲାଙ୍ଗୀର,୨୬/୦୧/୨୧ (ସୁନୀଲ ତ୍ରିପାଠୀ) : ଆଜି ବଲାଙ୍ଗୀର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ୭୨ ତମ ଗଣତନ୍ତ୍ର ଦିବସ ଜିଲ୍ଳା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ମହାମନ୍ତ୍ରୀ ତଥା କୋର କମିଟି ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଭୋଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲାର ନଗର ସଭାପତି ସନ୍ତୋଷ ସାହୁଙ୍କ ସହଯୋଗରେ ଜିଲ୍ଳା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ,ଜିଲ୍ଲା ମହାସଚିବ ସୁନୀଲ ମିଶ୍ର,ଜିଲ୍ଲା କୋଷାଧକ୍ଷ ସୁଶୀଲ ସାହୁ ଏବଂ ଜିଲ୍ଲା ସଭାପତି ଭାବେ ନବ ନିର୍ବାଚିତ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ଏବଂ ଜିଲ୍ଳାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗଦାନ ଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ପାଳନ କରିଥିଲେ । ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳ ପ୍ରଥମେ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସର ମହତ୍ୱ ବର୍ଣନା କରିଥିଲେ ।

Advertisement