Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୋଦଳାରେ ସାଧାରଣତନ୍ତ୍ର ଦିବସ ପାଳିତ

କୋଦଳାରେ ସାଧାରଣତନ୍ତ୍ର ଦିବସ ପାଳିତ

201
ADVERTISEMENT

କୋଦଳା,୨୬/୦୧/୨୧(ସୂର୍ଯ୍ୟନାରାୟଣ ବଡୁ) : ବେଗୁନିଆପଡା ବ୍ଲକ ଏବଂ କୋଦଳା ଏନଏସି ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କୋଦଳା ତହସିଲ ପଡିଆ ଠାରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପତାକା ଉତ୍ତୋଳନ କରିଥିବା ବେଳେ ଜେଏମଏଫସି କୋର୍ଟ ପରିସରରେ ଜିଲ୍ଲା ଜଜ ମୁନ ରାଣୀ ମିଶ୍ର, ବି ଏଡ଼ କଲେଜ ପରିସରରେ ଅଧ୍ୟକ୍ଷ୍ୟ ବିଭୁତି ଭୂଷଣ ମହାପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ଡ଼କ୍ଟର ସୁଜିତ କୁମାର ବେହେରା, କୋଦଳା ଥାନା ପରିସରରେ ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଗଣେଶ ଯୁବକ ସଙ୍ଘ ଠାରେ ସଙ୍ଘ ସଭାପତି ସନ୍ତୋଷ କୁମାର ପ୍ରଧାନ, ସମସ୍ତ ସରକାରୀ /ବେସରକାରୀ ଶିକ୍ଷ୍ୟା ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ ହୋଇଥିବା ବେଳେ ବେଗୁନିଆପଡା ବ୍ଲକ ପରିସରରେ ବିଡ଼ିଓ ବେଦବର ପ୍ରଧାନ, ବେଗୁନିଆପଡା ଫାଣ୍ଡିରେ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପତାକା ଉତ୍ତୋଳନ କରିଥିଲେ । ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଡ଼କ୍ଟର ରାଜେନ୍ଦ୍ର ପ୍ରଧାନ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମନୋଜ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ । ସେହିପରି କୋଦଳା ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ଅଙ୍ଗନବାଡି କର୍ମୀ /ସହାୟିକା, ସୁପରଭାଇଜର ମମତା ଦାଶ, ବି.ଏଡ଼ କଲେଜ ଛାତ୍ରଛାତ୍ରୀ, ଅଧ୍ୟାପକ /ଅଧ୍ୟାପିକା, ବାଳବିକାଶ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ନିର୍ବାହୀ ଅଧିକାରୀ ପତାକା ଉତ୍ତୋଳନ ପରେ ସାଧାରଣ ତନ୍ତ୍ର ଦିବସ ଉପରେ ନିଜର ସୁ ଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବି.ଏଡ଼ ଛାତ୍ର ଛାତ୍ରୀ ଜାତୀୟ ସଂଗୀତ ଗାନ କରିଥିବା ବେଳେ ଏନଏସିର କର୍ମକର୍ତ୍ତା କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା,ଚନ୍ଦ୍ର ମାରାଣ୍ଡି, ଦ୍ୱାରିକା ନାଥ ପାଢ଼ୀ, ଧୀରଜ କୁମାର ପାତ୍ର, ଉଦୟ ସାହୁ, ରାଜେନ୍ଦ୍ର ସାହୁ, ସ୍ବପ୍ନ କୁମାର ସାହୁ, ହରିଶ ଚନ୍ଦ୍ର ରାଉଳ, ନିବେଦିତା ରଥ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚଙ୍କ ଦ୍ୱାରା ପତ୍ତାକା ଉତ୍ତୋଳନ ହୋଇଥିବା ଜଣା ପଡିଛି ।

Advertisement