କୋଦଳା,୨୬/୦୧/୨୧(ସୂର୍ଯ୍ୟନାରାୟଣ ବଡୁ) : ସୋମବାର ବହୁ ଚର୍ଚିତ ସୁମଣ୍ଡଳ ଗୁଳିକାଣ୍ଡ ରେ ପ୍ରଣହରାଇ ଥିବା ପୂର୍ବତନ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷ୍ୟ ଦେବରାଜ ସାହୁଙ୍କ ହତ୍ୟାରେ ଜଡିତ ୫ଜଣ ଦୁର୍ବୁର୍ତ୍ତଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିଛି । ଏଥି ସହିତ ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ତିନିଗୋଟି 07.62mm ବନ୍ଧୁକ,ପାଞ୍ଚ ଗୋଟି ମେଗାଜିନ ସହିତ ୬୨ଟି ଜୀବନ୍ତ ଗୁଳି,ତିନିଗୋଟି ମୋବାଇଲ,od o7k 3484 ଧଳା କଲର ଇଣ୍ଡିଗୋ କାର,ବ୍ୟାଙ୍କ ଏକାଉଣ୍ଟ, ଆଧାର କାର୍ଡ ଜବତ ହୋଇଥିବା ନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ପ୍ରେସମୀଟ ମାଧ୍ୟମ ରେ ପ୍ରକାଶ କରିଛନ୍ତି । ସେ କହିବା ପ୍ରକାରେ ଦୀର୍ଘ ତିନିବର୍ଷ ହେବ ଅଜୟ ବାରିକ ଏବଂ ଦେବରାଜ ସାହୁଙ୍କ ମଧ୍ୟରେ ବିଭିନ୍ନ ପାରିବାରିକ କିମ୍ବା ବ୍ୟବସାୟିକ କାରଣକୁ ନେଇ ଶତ୍ରୁତା ଲାଗି ରହିଥିଲା । ଗତ ସେପ୍ଟେମ୍ବର 2020 ରେ ଉଭୟ ପରିବାର ମଧ୍ୟରେ ଏକ ଝଗଡା ହୋଇଥିଲା । ସେହିଦିନ ଠାରୁ ଅଭିଯୁକ୍ତ ପ୍ରତିଶୋଧ ନେବା ଲକ୍ଷ୍ୟନେଇ ଗ୍ରାମଛାଡି ବାହାରକୁ ଚାଲିଯାଇଥିଲେ ।ବାହାରେ ମରଣାସ୍ତ୍ର କିଣି ବହୁବାର ମାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପ୍ରତ୍ୟକ ସମୟରେ ଜଣେ ଇନଫର୍ମର ଭାବେ ଖବର ପ୍ରେରଣ କରୁଥିଲେ । ଘଟଣା ଦିନ ସକାଳୁ ସକାଳୁ ସୁମଣ୍ଡଳ ବସଷ୍ଟାଣ୍ଡ ଏକ ଚାହା ଦୋକାନରେ ଦେବରାଜ ସାହୁ ଚାହା ପିଉଥିବା ସମୟରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର ଯୋଗେ ଦୁର୍ବୁର୍ତ୍ତ ମାନେ ଆସି ଅତି ନିକଟରୁ ଗୁଳି କରି ହତ୍ୟାକାରୀ ଫେରାର ହୋଇଯାଇଥିଲେ । ସେହି ସମୟରୁ ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ଗଞ୍ଜାମ ଆରକ୍ଷୀ ଅଧିକ୍ଷ୍ୟକଙ୍କ ନିର୍ଦ୍ଦେଶ ପ୍ରକାରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ସମେତ ଅନ୍ୟ ଥାନା ଅଧିକାରୀଙ୍କୁ ନେଇ ଏକ ଟିମ ଅପରାଧୀଙ୍କ ସଂଧାନରେ ଲାଗିପଡ଼ିଥିଲେ । ଏହି ଅପରାଧୀଙ୍କୁ ଧରିବାରେ ଏସପିଙ୍କ ପ୍ରଚେଷ୍ଟା ଫଳରେ ଅଜୟ ବାରିକ, ବଳରାମ ପରିଡା,ପବନା ପାହାନ,ପ୍ରଶାନ୍ତ ସ୍ୱାଇଁ, ଗଗନ ବିଶ୍ୱାଳ ଭଳି ପାଞ୍ଚ ଜଣ ଦୁର୍ବୁର୍ତ୍ତ ଧରାପଡ଼ିବାରେ ସଫଳ ହୋଇଥିବା ନେଇ ଡିଆଇଜି ପ୍ରକାଶ କରିବା ସହିତ ପୁଣି ଅପରାଧୀଙ୍କୁ ରିମାଣ୍ଡରେ ଆଣି ଛାନଭିନ କରାଯିବ ବୋଲି ଆରକ୍ଷୀଅଧିକ୍ଷକ ବ୍ରିଜେଶ ରାୟ ପ୍ରକାଶ କରିଛନ୍ତି । ଏହି ପ୍ରେସମିଟରେ ଛତ୍ରପୁର ଏସଡିପିଓ ସ୍ବିମାସ୍ୱାଇଁ ଉପସ୍ଥିତ ଥିଲେ ।


















