କୁକୁଡ଼ାଖଣ୍ଡି,୨୬/୦୧/୨୧,(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକ ପରିସରରେ ଦେଶର ୭୨ତମ ଗଣତନ୍ତ୍ର ବା ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି ଏହି ଦିବସରେ ଜାତୀୟପତାକା ଉତ୍ତୋଳନ କରି ୧୯୫୦ମସିହା ଜାନୁଆରୀ ୨୬ତାରିଖରେ ଦେଶର ହିତକର ପାଇଁ ଯେଉଁ ଆଇନ ପ୍ରସ୍ତୁତ କରାଯାଇଥିଲା ସେଥିରେ ଥିବା ମହାନ ଲୋକ ସମ୍ପୃକ୍ତି ଥିବା ଡା.ବି.ଆର ଆମ୍ବେଦକରଙ୍କ ଓ ଆଇନ ନିର୍ମାଣ ସହଯୋଗୀଙ୍କ ପରାମର୍ଶ ଦାତା ମାନଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମ ବ୍ଲକର ଶିକ୍ଷାଅନୁଷ୍ଠାନ,ସମସ୍ତ ପଞ୍ଚାୟତ,ଏବଂ ରାଜସ୍ୱ ବିଭାଗ କାର୍ଯ୍ୟାଳୟ,ଶିଶୁବିକାଶ କାର୍ଯ୍ୟାଳୟ ସମେତ ସଦର ଥାନା, ଫାଣ୍ଠି ମାନଙ୍କ ଭଳି ବିଭିନ୍ନ ସ୍ଥାନରେ ମହାସମାରହୋରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ପତାକା ଉତ୍ତୋଳନ କରିଥିବା ବେଳେ ବିଡିଓ ଗଦାଧର ପାତ୍ର,ଉପାଧକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, ବିଇଓ ଏସ.ଗିରିଧର ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଉପକୃତ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ତହସିଲ କାଯ୍ୟାଳୟରେ ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର ପତାକା ଉତ୍ତୋଳନ କରିଥିଲେ।



















