Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଓଡ଼ିଶାର ଅଗ୍ରାଧିକାର କ୍ଷେତ୍ର ପାଇଁ ନାବାର୍ଡ ପକ୍ଷରୁ ୧୧୦୭୩୫ କୋଟି ଟଙ୍କାର ଋଣ ଯୋଜନା

ଓଡ଼ିଶାର ଅଗ୍ରାଧିକାର କ୍ଷେତ୍ର ପାଇଁ ନାବାର୍ଡ ପକ୍ଷରୁ ୧୧୦୭୩୫ କୋଟି ଟଙ୍କାର ଋଣ ଯୋଜନା

159
ADVERTISEMENT

ଭୁବନେଶ୍ବର,୨୫/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାର ଅଗ୍ରାଧିକାର କ୍ଷେତ୍ର ପାଇଁ ନାବାର୍ଡ ପକ୍ଷରୁ ୧୧୦୭୩୫ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଛି । ନାବାର୍ଡ ପକ୍ଷରୁ ସୋମବାରଦିନ ଆୟୋଜିତ ରାଜ୍ୟସ୍ତରୀୟ ଋଣ ସେମିନାରରେ ରାଜ୍ୟ ଫୋକସ ପେପରକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଥିଲେ । ଏଥିରେ କୁହାଯାଇଛି ଯେ ନୂଆ ଆର୍ଥିକ ବର୍ଷରେ କୃଷି ଓ ଗ୍ରାମୀଣ କ୍ଷେତ୍ରକୁ ରାଜ୍ୟର ଆନୁମାନିକ ଋଣ ପ୍ରଦାନ ଚଳିତ ଆର୍ଥିକ ବର୍ଷ ତୁଳନାରେ ୨୨.୫ ପ୍ରତିଶତ ବୃଦ୍ଧି ପାଇବ । କୃଷି କ୍ଷେତ୍ରକୁ ଋଣ ପ୍ରଦାନ ଚଳିତ ଆର୍ଥିକ ବର୍ଷ ତୁଳନାରେ ୭.୩୪ ପ୍ରତିଶତ ବୃଦ୍ଧି ପାଇ ୪୬,୪୬୦.୪୦ କୋଟିକୁ ବୃଦ୍ଧି ପାଇବ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ପ୍ରାୟ ୪୧୮୬୭ କୋଟି ଟଙ୍କାର ଋଣ ଆବଶ୍ୟକତା ପଡ଼ିବ । ସେହିପରି ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ପାଇଁ ୬୨୯୫ କୋଟି ଟଙ୍କାର ଋଣ ଆବଶ୍ୟକତା ପଡ଼ିବ ବୋଲି ଅନୁମାନ କରାଯାଇଛି । ଏହି ଅବସରରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ଚଳିତ ଆର୍ଥିକ ବର୍ଷରେ ଅଗ୍ରାଧିକାର କ୍ଷେତ୍ର ଲାଗି ୧ ଲକ୍ଷ କୋଟିର ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଥିଲା, ଯାହାକୁ ବ୍ୟାଙ୍କମାନେ ହାସଲ କରିନେଇଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ନୂଆ ଆର୍ଥିକ ବର୍ଷରେ କୃଷି ଓ ତତସମ୍ପର୍କିତ କ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ ।

Advertisement