Thursday, November 5, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ୧୩ତମ ବୈଠକ: ଜଉଗଡ ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତାବ

ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ୧୩ତମ ବୈଠକ: ଜଉଗଡ ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତାବ

175
ADVERTISEMENT

ବ୍ରହ୍ମପୁର,୨୫/୧,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ଆଜି ୧୩ତମ ସାଧାରଣ ବୈଠକ ବ୍ଲକର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରାଙ୍କ ସଞ୍ଜୋଜନାରେ ଆୟୋଜିତ ବୈଠକରେ ଆସ୍କା ଲୋକସଭା ସଦସ୍ୟା ପ୍ରର୍ମିଳା ବିଷୋୟି, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ତହସିଲଦାର ନିତିଶ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିଲେ । ବୈଠକରେ କବିସୂର୍ଯ୍ୟନଗର ବିଧାୟିକା ସମସ୍ତ ଘରକୁ ପାନୀୟ ଜଳଯୋଗାଣ,ଜଉଗଡ ଉତ୍ସବ ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ଲାଇନ୍ ବିଭାଗର କର୍ମଚାରୀ ମାନେ ବୈଠକରେ ଅନୁପସ୍ଥିତ ରହୁଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ବିଫଳ ହେତୁ ପଞ୍ଚାୟତ ଜନପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଶବବୁହା ଗାଡି ପାଇଁ ସ୍ଥାୟୀ ଡ୍ରାଇଭର ଯୋଗାଇ ଦେବାକୁ ପ୍ରତିନିଧି ମାନେ ଦାବିକରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ଏବିଡିଓ ମଧୁସୂଦନ ମହାରଣା, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଜିପିଓ ପ୍ରଶାନ୍ତ ପାଢ଼ୀ,ଜିଲ୍ଲାପରିଷଦ ସଭ୍ୟ ପି.ନାରାୟଣ ରାଓ ,ଚାଙ୍ଗୁଡ଼ିପଦର ନୂଆ ଗାଁ ସମିତସଭ୍ୟ ନିର୍ମଳ ଚନ୍ଦ୍ର ସାହୁ,ସମସ୍ତବ୍ଲକ କର୍ମଚାରୀ,ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ ।

Advertisement