Thursday, November 5, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁର ବ୍ଲକ ଜନପ୍ରତିନିଧିଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର ବ୍ଲକ ଜନପ୍ରତିନିଧିଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

168
ADVERTISEMENT

ବ୍ରହ୍ମପୁର,୨୫/୦୧/୨୧,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଭୂତସରସିଙ୍ଗି ଗ୍ରାମସ୍ଥିତ ମା’ସୋଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ନିର୍ବାଚିତ ଜନପ୍ରତିନିଧିଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବ୍ଲକ ର ୪୮ଜଣ ନିର୍ବାଚିତ ଜନପ୍ରତିନିଧି (ସରପଞ୍ଚ ଓ ସମିତିସଭ୍ୟ) ସାମିଲ ରହି ମତ ବିନିମୟ କରିଥିଲେ । ଚାଙ୍ଗୁଡି ପଦର ନୂଆ ଗାଁ ସମିତିସଭ୍ୟ ତଥା ଆସ୍କା ସ’ସଦୀୟ କ୍ଷେତ୍ରର ଜୀବନବିନ୍ଦୁ କାର୍ଯ୍ୟକ୍ରମର ସହସଞ୍ଜୋଜକ ନିର୍ମଳ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ଉପସଭାପତି ଗୌରିଶଙ୍କର ରାଉଳ,ବରିଷ୍ଠ ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ଦାଶ,ବ୍ଲକ ଉପାଧ୍ୟକ୍ଷା ବବିତା ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ବର୍ଷର ଅଭିନନ୍ଦନ ଜଣେଇବା ସହ ପଞ୍ଚାୟତ ସ୍ତରରେ ଏକତ୍ରିତ ହୋଇ ଦଳ ପାଇଁ କାର୍ଯ୍ୟ କରିବା କହିଥିଲେ । ମହିଳା ଜନ ପ୍ରତିନିଧିମାନଙ୍କ ପାଇଁ ମୁଜିକ୍ ଚେୟାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ରଣଝାଲ୍ଲି ସମିତସଭ୍ୟ ପ୍ରତିମା ପାତ୍ର ପ୍ରଥମ, ଟଙ୍କାଝାଇ ସରପଞ୍ଚ ବିଜ୍ଞାନୀ ସ୍ବାଇଁ ଦ୍ବିତୀୟ, ବଡବରଗାଁ ସରପଞ୍ଚ ବନବାସିନି ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସମ୍ମାନିତ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ସଞ୍ଜୀବ କୁମାର ଜେନା, ଗୋପାଳ ସେଠି ,ଅନିଲ କୁମାର ଦାଶ,ଭଜମନ ବେହେରା, ମାଧବ ଲେଙ୍କା, ରାଜେନ୍ଦ୍ର ଶତପଥି, କୈଳାସ ଗୌଡ, ଗୋବର୍ଦ୍ଧନ ବିଷୋୟି ପ୍ରମୁଖ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିଲେ ।

Advertisement