Thursday, October 1, 2026
ADVERTISEMENT
Home ଆଞ୍ଚଳିକ ସଡ଼କ ସୁରକ୍ଷା ସଚେତନତା : ସକାଳେ ଗୋଲାପ, ସନ୍ଧ୍ୟାରେ ଜରିମାନା

ସଡ଼କ ସୁରକ୍ଷା ସଚେତନତା : ସକାଳେ ଗୋଲାପ, ସନ୍ଧ୍ୟାରେ ଜରିମାନା

200
ADVERTISEMENT

ମୋହନା,୨୩/୦୧/୨୧(ମୋହନ ଗୌଡ଼) : ଗଜପତି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଅଡବା ଏବଂ ମୋହନା ଥାନା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ରାଲି ସ୍ଥାନୀୟ କଲେଜ ଛକ ଠାରୁ ବାହାରି ହାଇସ୍କୁଲ ଛକ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲା। ସାଧାରଣ ଜନତାଙ୍କୁ ସଡକ ସୁରକ୍ଷା, ଟ୍ରାଫିକ ନିୟମ ମାନିବା , ହେଲମେଟ ପିନ୍ଧିବା, ଦୁଇ ଚକିଆ ଯାନରେ ଦୁଇ ଜଣ ଯାତ୍ରା କରିବା, ନିଶାସକ୍ତ ଅବସ୍ଥାରେ ଗାଡ଼ି ନ ଚ଼ଳାଇବା, ଚାରିଚକିଆ ଗାଡ଼ି ଚାଲକ ସିଟ୍ ବେଲ୍ଟ ପରିଧାନ କରିବା ଆଦି ବିଷୟରେ ସଚେତନ କରିଥିଲେ । ଅମାନିଆଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଯାଇଥିଲା । ସକାଳେ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ସନ୍ଧ୍ୟାରେ ଆମାନିଆଙ୍କଠାରୁ ୧୬ ହଜାର ଟଙ୍କା ଜରିମାନା ମୋହନା ଥାନା ପକ୍ଷରୁ ଆଦାୟ କରାଯାଇଥିଲା । ସ୍ଥାନୀୟ ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ଟ୍ରାଫିକ ସବଇନିସପେକ୍ଟର ଜିତେନ୍ଦ୍ର ମୁର୍ମୁଙ୍କ ତତ୍ବାବଧାନରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା ।

Advertisement