ADVERTISEMENT
Home ରାଜ୍ୟ ମହାଶିବରାତ୍ରି ପାଇଁ କମିସନରେଟ୍ ପୁଲିସ୍‌ର ପ୍ରସ୍ତୁତି

ମହାଶିବରାତ୍ରି ପାଇଁ କମିସନରେଟ୍ ପୁଲିସ୍‌ର ପ୍ରସ୍ତୁତି

426
ADVERTISEMENT

ଭୁବନେଶ୍ୱର,(ଦୁନିଆ ହାଲ୍ ଚାଲ୍): ଆସନ୍ତା ୪ ତାରିଖ ମହାଶିବରାତ୍ରି‌ରେ ଏକାମ୍ର କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କମିସନ୍‌ରେଟ୍‌ ପୁଲିସ ପକ୍ଷରୁ ଆଜି ସଂଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ସଂପର୍କରେ ଏଥିରେ ଆଲୋଚନା କରାଯାଇଥିଲା। ପୁଲିସ୍ କମିସନର୍‌ ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏଥିରେ ଡିସିପି ଅନୁପ କୁମାର ସାହୁ, ଟ୍ରଷ୍ଟ ବୋର୍ଡର ସଭ୍ୟ, ବିଭିନ୍ନ ସେବାୟତ ଓ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବିଗତ ବର୍ଷରେ ଜାଗର ଯାତ୍ରାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନଙ୍କ ଉପରେ ବେଶି ଦାୟିତ୍ୱ ନ୍ୟସ୍ତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମହାଶିବରାତ୍ରିରେ ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୪ଟି ସିଫ୍ଟରେ ୩୦ ପ୍ଲାଟୁନ୍ ପୁଲିସ୍ ଡ୍ୟୁଟି କରିବେ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ଜଣ ଆଡିସନାଲ୍‌ ଡିସିପି, ୧୧ଜଣ ଏସିପି, ୧୦୦ଜଣ ବରିଷ୍ଠ ଅଫିସର୍‌ ଡ୍ୟୁଟି କରିବେ। 

Advertisement