ବ୍ରହ୍ମପୁର,୨୨/୦୧/୨୧(ଡ଼ି.ଏଚ/ବ୍ୟୁରୋ) :ବ୍ରହ୍ମପୁର ବିଶ୍ଵବିଦ୍ୟଳୟ ଅଧୀନରେ ଥିବା ଡାକ ବିଭାଗକୁ ଆଖ ପାଖ ପାଞ୍ଚଟି ପଂଚାୟତ ଲୋକ ନିର୍ଭର କରୁଛନ୍ତି । ଏହି ଡାକ ବିଭାଗରେ ସମସ୍ତ କାର୍ଯ୍ୟକ୍ରମ କମ୍ପୁଟର ହୁଏ କିନ୍ତୁ ଉପଭକ୍ତାଙ୍କୁ ସମସ୍ତଙ୍କୁ ହାତଲେଖାରେ ଦିଆଯାଏ କାରଣ ପଚାରିବାରୁ ଡାକବିଭାଗ ମୁଖ୍ୟ କହିଛନ୍ତି ଯେ ଦୀର୍ଘ ୬ମାସ ହେବ ପ୍ରିଣ୍ଟର ନାହିଁ । ସମସ୍ତ କାର୍ଯ୍ୟକ୍ରମ କମ୍ପୁଟର ରେ ହୁଏ କିନ୍ତୁ ପ୍ରିଣ୍ଟର ନଥିବା ଯାଗୁଁ ସମସ୍ତ ଉପଭକ୍ତାଙ୍କ କାର୍ଯ୍ୟକ୍ରମ ଏବଂ ପାସବୁକ ଅପଡେଟ କଲମରେ ଲେଖି ଅପଡେଟ କରି ଦିଆଯାଉଛି । ଅଫିସିଆଲ କାର୍ଯ୍ୟକ୍ରମ କମ୍ପୁଟରରେ ହୁଏ କିନ୍ତୁ ଉପଭକ୍ତା ଏହାର ଲାଭ ପାଉନାହାନ୍ତି । ଡୀକବିଭାଗ ମୁଖ୍ୟଙ୍କ ଅଭିଯୋଗ ଯେ ସେ ବାରମ୍ବାର ଅଭିଯୋଗ ସତ୍ୱେ ଅଥୋରିଟି ଡିପାର୍ଡମେଣ୍ଟ ତରଫରୁ ପ୍ରିଣ୍ଟର ପଠାଯାଇନାହିଁ । ଏଠି ପ୍ରଶ୍ନ ଉଠୁଛି କାହିଁ ଅଣଦେଖା କରାଯାଉଛି ଏହି ଡାକବିଭାଗକୁ ?



















