Saturday, November 7, 2026
ADVERTISEMENT
Home ଆଞ୍ଚଳିକ ସୁମଣ୍ଡଳରେ ୧୫0 ଜଣ କରୋନା ଯୋଦ୍ଧାଙ୍କୁ କୋଭିଡ ଟୀକା ପ୍ରଦାନ

ସୁମଣ୍ଡଳରେ ୧୫0 ଜଣ କରୋନା ଯୋଦ୍ଧାଙ୍କୁ କୋଭିଡ ଟୀକା ପ୍ରଦାନ

199
ADVERTISEMENT

କୋଦଳା,୨୨/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ ଟୀକାକରଣ ଚାଲୁ ରହିଅଛି । ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି। ସୁମଣ୍ଡକ ଚିକିତ୍ସା ଅଧିକାରୀ ଡ଼ଃ.ରାଜେନ୍ଦ୍ର କୁମାର ପ୍ରଧାନ,କୋଦଳା ସି ଏଚ ସି ଅଧିକାରୀ ଡା ସୁଜିତ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଟୀକା କରଣ କାର୍ଯ୍ୟକ୍ରମରେ ସୁମଣ୍ଡଳ ଓ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାଇ ଜାନୁଆରୀ ୧୬ ତାରିଖ ରେ ବିଧାୟିକା ଲତିକା ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ବେଳେ ୧00ଯୋଦ୍ଧାଙ୍କୁ ଟୀକାଦାନ କରାଯାଇଥିଲା । ଶୁକ୍ରବାର ପୁଣି ୧୫0 ଯୋଦ୍ଧାଙ୍କୁ ଟୀକା ପ୍ରଦାନ କରାଯାଇଥିବା ଜଣାପଡିଛି । ଯୋଦ୍ଧା ମାନଙ୍କ ମଧ୍ୟ ରେ ଅଙ୍ଗନବାଡି କର୍ମୀ, ସହାୟିକା, ସ୍ୱାସ୍ଥ୍ୟକର୍ମୀ, ଆଶା ପ୍ରମୁଖ ସାମିଲଥିଲେ । ଏମାନଙ୍କୁ ଦ୍ଵିତୀୟ ଟୀକା୨୮ଦିନ ପରେ ଦିଆଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

Advertisement