Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ବାଚସ୍ପତି : ପ୍ରଥମ ଥର ପାଇଁ ବିଧାନସଭାରେ ଅନଲାଇନରେ ପ୍ରଶ୍ନୋତ୍ତର ହେବ

ବାଚସ୍ପତି : ପ୍ରଥମ ଥର ପାଇଁ ବିଧାନସଭାରେ ଅନଲାଇନରେ ପ୍ରଶ୍ନୋତ୍ତର ହେବ

504
ADVERTISEMENT

ଭୁବନେଶ୍ବର,୨୨/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ପ୍ରଥମ ଥର ପାଇଁ ବିଧାନସଭାର ପ୍ରଶ୍ନକାଳ ଅନଲାଇନରେ ଚାଲିବ। ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ବଜେଟ ଅଧିବେଶନରେ ସମସ୍ତ ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ ଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନରେ ଦେବେ। ବିଧାୟକଙ୍କ ମୋବାଇଲକୁ ସିଧା ଉତ୍ତର ପଠାଇ ଦିଆଯିବ । ନାଭା ଆପ୍ ଜରିଆରେ ବିଧାନସଭାରେ ପ୍ରଶ୍ନୋତ୍ତର ଅନଲାଇନରେ ହେବ ବୋଲି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Advertisement