Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ୨୬ ଜଣ ଶିଶୁ ଶ୍ରମିକ ଉଦ୍ଧାର

୨୬ ଜଣ ଶିଶୁ ଶ୍ରମିକ ଉଦ୍ଧାର

189
ADVERTISEMENT

ଟିଟିଲାଗଡ,୨୧/୦୧/୨୧(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ଚାଇଲ୍ଡ ଲାଇନର ଉଦ୍ୟମ କ୍ରମେ ତେଲେଙ୍ଗାନାର ଜାଗତିଆଲ ଇଟାଭାଟିରୁ ଆଜି ଟିଟିଲାଗଡ ଥାନା କୁ ୨୬ ଜଣ ଶିଶୁଙ୍କ ସମେତ ୭୩ ଜଣ ଶ୍ରମିକ ବଲାଙ୍ଗୀର ଜିଲ୍ଲାର ଚାରୋଟି ବ୍ଲକ ଏବଂ ବରଗଡ଼ ଜିଲ୍ଲାର ଦାଦନ ଶ୍ରମିକ ଉଦ୍ଧାର । ଇଟାଭାଟି ମାଲିକ ନିଜେ ଗାଡ଼ି ଭଡା କରି ଟିଟିଲାଗଡ ଥାନାକୁ ଆଣି ଚାଇଲ୍ଡ ଲାଇନ ଅଧିକାରୀ ଶିବାନନ୍ଦ ବେହେରାଙ୍କ ଉପସ୍ଥିତିରେ ଥାନାରେ ଜିମା ଦେଇଛନ୍ତି। ଇଟାଭାଟିର ମାଲିକ ମହମ୍ମଦ ସାକିର ମଧ୍ୟ ନିଜେ ଆସିଛନ୍ତି। ଉଦ୍ଧାର ହେଲେ ସିନା ତାଙ୍କର କାମ କରିଥିବା ପାଉଣା ପାଇ ନାହାଁନ୍ତି, ଏବେ ଏତେ ଦିନ ଖଟି କେମିତି ତାଙ୍କର ପାଉଣା ପାଇବେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Advertisement