ବ୍ରହ୍ମପୁର,୨୧/୦୧/୨୧(ଇ.ରଞ୍ଜନ) : ବ୍ରହ୍ମପୁର ସହରରେ ନକିଲି ମରିଚ ଗୁଣ୍ଡ, ମସଲା ଗୁଣ୍ଡ ଓ ହଳଦୀ ଗୁଣ୍ଡ ବହୁ ଦିନରୁ ହୋଇ ଆସୁଥିବା ଖବର ଥିଲା l ବ୍ରହ୍ମପୁର ଏସପି ପିନାକ ମିଶ୍ର ଏହା ଜାଣିବା ପରେ ଗୋଶାଣୀନୂଆଗାଁ ଆଇ ଆଇ ସି ସୁମିତ ସୋରେନ ବିଶ୍ୱାସଙ୍କୁ ଫୋନ୍ କରି ଏହି ନକିଲି କାରଖାନାକୁ ଠାବ କରିବା ପାଇଁ ଆଦେଶ ଦେଇଥିଲେ l ଏହି ନକିଲି କାରଖାନାକୁ ଚଢ଼ାଉ କରିବା ପାଇଁ ଏସପିଙ୍କ କଡା ନିର୍ଦ୍ଧେଶ ଥିଲା l କଟକ ଓ ଭୁବେନେଶ୍ଵର ପରେ ବ୍ରହ୍ମପୁରକୁ ନକିଲି କାରଖାନା ମୁକ୍ତ କରିବା ପାଇଁ ବ୍ରହ୍ମପୁର ଏସପିଙ୍କ ଅହରହ ପ୍ରଚେଷ୍ଟl ଜାରି ରହିଛି l ସ୍ଥାନୀୟ ଥାନା ପୋଲିସ ହାତ ବାନ୍ଧି ବସିଥିବା ବେଳେ ଏସପିଙ୍କ ନିର୍ଦ୍ଧେଶ କ୍ରମେ ଗୋଶାଣୀନୂଆଗାଁ ଆଇ ଆଇ ସି ଆଜି ଭୋର ୪ଟା ସମୟରେ ଅlତର୍କିତ ଭାବେ ନକିଲି କାରଖାନା ଉପରେ ଚଢ଼ାଉ କରିଥିଲେ l ସୂଚନା ଥାଉକି ପୁରୁଣା ବ୍ରହ୍ମପୁର ସ୍ଥିତ ଜଗବନ୍ଧୁ ସାହି, ପାଣ୍ଡଵ ନଗର ସୌଚାଳୟ ନିକଟସ୍ଥ ନକିଲି କାରଖାନାରୁ ଚଢ଼ାଉ କରି ବିପୁଳ ପରିମାଣରେ ନକିଲି ମାରିଚ, ହଳଦୀ ଗୁଣ୍ଡ ଓ ମସଲା ଗୁଣ୍ଡ ଜବତ କରିବା ସହ ସେଠାରୁ କାଠ ଗୁଣ୍ଡ, ଖୁଦ ଓ କଲର ମିଶାଯାଇଥିବା ନକିଲି ଜିନିଷ ଜବତ କରାଯାଇଛି l ଏହାର ମାଲିକ ଲିଙ୍ଗା ସାହୁକୁ ମଧ୍ୟ ପୋଲିସ ଗିରଫ କରିଛି l ଏପରି ଚଢ଼ାଉକୁ ବ୍ରହ୍ମପୁର ଏସପିଙ୍କୁ ଜନସାଧାରଣ ବହୁତ ପ୍ରଶଂସା କରିଛନ୍ତି l


















