Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର କୁନ୍ଦୁଲି ଗଣଦୁଷ୍କର୍ମ ରିପୋର୍ଟ : କମିଶନ କହିଛନ୍ତି, କୁନ୍ଦୁଲି ନାବାଳିକାଙ୍କୁ କୌଣସି ଦୁଷ୍କର୍ମ ହୋଇନାହିଁ

କୁନ୍ଦୁଲି ଗଣଦୁଷ୍କର୍ମ ରିପୋର୍ଟ : କମିଶନ କହିଛନ୍ତି, କୁନ୍ଦୁଲି ନାବାଳିକାଙ୍କୁ କୌଣସି ଦୁଷ୍କର୍ମ ହୋଇନାହିଁ

538
ADVERTISEMENT

ଭୁବନେଶ୍ୱର ,୫/୮(ନରେନ୍ଦ୍ର ଜେନା ): କୁନ୍ଦୁଲି ଗଣଦୁଷ୍କର୍ମ କମିଶନଙ୍କ ଆଖିରେ ମିଛ, ପୀଡିତାଙ୍କ ଖୁଡି କହିଲେ ଝିଅର ମୃତ୍ୟୁ ପାଇଁ ସରକାର ଦାୟୀ । କୁନ୍ଦୁଲି ଦୁଷ୍କର୍ମ ମାମଲାରେ କମିଶନଙ୍କ ରିପୋର୍ଟ ଆସିବା ପରେ ଆଶ୍ଚର୍ଯ୍ୟର ବାତାବରଣ ଦେଖାଦେଇଛି । କମିଶନ କହିଛନ୍ତି, କୁନ୍ଦୁଲି ନାବାଳିକାଙ୍କୁ କୌଣସି ଦୁଷ୍କର୍ମ ହୋଇନାହିଁ । ଏବଂ ସେ ଏନେଇ ମିଛ ଅଭିଯୋଗ ଆଣିଥିଲେ । ଏହି ଘଟଣା ପରେ ପିଡିତାଙ୍କ ସମ୍ପର୍କୀୟ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଖୁଡି କହିଛନ୍ତି, ଯଦି କିଛି ହୋଇନଥିଲା ତେବେ ୧୮ ଦିନ ଧରି ଡାକ୍ତର କଣ ଚିକିତ୍ସା କରୁଥିଲେ । ଯେଉଁ କୁନ୍ଦୁଲି ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା ଏବଂ ନ୍ୟାୟ ଅପେକ୍ଷାରେ ପୀଡ଼ିତାଙ୍କ ପରିବାର ପ୍ରାୟ ଦୁଇ ବର୍ଷ ହେଲା ଚାହିଁ ରହିଥିଲେ, ତା’ର ପରିଣାମ ଯେତେବେଳେ କମିଶନଙ୍କ ରିପୋର୍ଟରେ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି । ରିପୋର୍ଟରେ କମିଶନ କହିଛନ୍ତି-
– ‘କୁନ୍ଦୁଲି ପୀଡ଼ିତାଙ୍କ ଅଭିଯୋଗ ମିଛ’
– ‘କୁନ୍ଦୁଲି ପୀଡ଼ିତାଙ୍କ ଯୌନ ନିର୍ଯାତନା ହୋଇନି’
– ‘ପୀଡ଼ିତାଙ୍କ ସହ ଯୌନ ସଂପର୍କ ସ୍ଥାପନ ହୋଇନି’
– ‘ପୀଡ଼ିତାଙ୍କ ଦେହରେ ଆଭ୍ୟନ୍ତରୀଣ କ୍ଷତଚିହ୍ନ ନାହିଁ’
– ‘ଘଟଣାସ୍ଥଳରେ କୌଣସି ଯବାନ ଉପସ୍ଥିତ ନଥିଲେ’
– ‘ଯବାନଙ୍କ ଯୌନ ନିର୍ଯାତନା ଅଭିଯୋଗ ମିଛ’
– ‘ଯେଉଁ ଘଟଣା ଘଟି ନାହିଁ ସେଥିପାଇଁ କାହାକୁ ଦାୟୀ କରାଯାଇପାରିବ ନାହିଁ’

ନ୍ୟାୟ ପାଇବା ଆଶାରେ ବଡ଼ ବଡ଼ ପାଟିରେ କୁନ୍ଦୁଲି ପୀଡ଼ିତା ଯେଉଁ ସବୁ ଅଭିଯୋଗ ଆଣିଥିଲେ, ଗୋଟି ଗୋଟି କରି ପ୍ରାୟ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଦେଇଛି କମିଶନଙ୍କ ରିପୋର୍ଟ । ଆଉ ଏପଟେ ସରକାର ଓ ପୁଲିସକୁ କ୍ଲିନଚିଟ୍ ଦେବା ସହ କମିଶନ କହିଛନ୍ତି-
– ‘କୁନ୍ଦୁଲି ଘଟଣା ରହସ୍ୟମୟ, ଅଧିକ ତଦନ୍ତ ଆବଶ୍ୟକ’
– ‘ରାଜନୈତିକ ଦଳ ଓ ମିଡ଼ିଆ, ମାମଲାକୁ ଅତିରଂଜିତ କରିଛନ୍ତି’

କମିଶନଙ୍କ ରିପୋର୍ଟ ଆସିବା ପରେ ପୀଡ଼ିତାଙ୍କ ଖୁଡ଼ି ତଦନ୍ତ ପ୍ରକିୟାକୁ ନେଇ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି । କିଛି ଯଦି ହୋଇନଥିଲା କାହିଁକି ୧୮ ଦିନ ଧରି ଚିକିତ୍ସା କରାଯାଉଥିଲା?
-କାହିଁକି ହସ୍ପିଟାଲରେ ରଖାଯାଇଥିଲା, କେଉଁ ରୋଗ ହୋଇଥିଲା ସ୍ପଷ୍ଟ କରନ୍ତୁ?
-କଷ୍ଟ ସହି ନପାରି ଝିଅ ମଲା ଏଥିପାଇଁ ସରକାର କାହିଁକି ଦାୟୀ ରହିବେ ନାହିଁ?
-ଆମକୁ କମିଶନ କିଛି ପଚାରିନାହାଁନ୍ତି, ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି

ଆଉ ଏପଟେ କମିଶନଙ୍କ ନିରପେକ୍ଷତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ସରକାରୀ ଦଳ ପକ୍ଷରୁ ସଫେଇ ରଖାଯାଇଛି । କମିଶନଙ୍କ ରିପୋର୍ଟରେ ସନ୍ତୁଷ୍ଟ ନଥିବା ନରସିଂହ କହିଥିବା ବେଳେ ବିଜେପି ପକ୍ଷରୁ କୁହାଯାଇଛି ରାଜ୍ୟ ସରକାର ୨ ବର୍ଷ ଧରି କଥାକୁ ବାଆଁରେଇ ଚାଲିଛନ୍ତି । ଦୋଷୀ କିଏ ତାହା ପୂରା ଓଡ଼ିଶାବାସୀ ଜାଣିବାକୁ ଚାହିଁଛନ୍ତି ତେବେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କମିଶନଙ୍କ ରିପୋର୍ଟ ଉପରେ ମନ୍ତବ୍ୟ ଦେବାର ଅଧିକାର ନାହିଁ । ରାଜନୀତିର ଏହି ବୟାନବାଜୀ ଏବଂ କମିଶନଙ୍କ ରିପୋର୍ଟ ଭିତରେ ପୁଣି ଥରେ ତାଜା ହୋଇଯାଇଛି କୁନ୍ଦୁଲିର ସେଇ ବହୁ ଚର୍ଚ୍ଚିତ କାହାଣୀ ।
-୧୦ ଅକ୍ଟୋବର ୨୦୧୭, କୁନ୍ଦୁଲିରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିଲା
-ଚାରି ଜଣ ସୁରକ୍ଷାକର୍ମା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା
-୨୨ ଜାନୁଆରୀ ୨୦୧୮ରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ

Advertisement