ବ୍ରହ୍ମପୁର,୧୮/୧,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବଡଖରିଡା ପଞ୍ଚାୟତ ପକ୍ଷରୁ ସ୍ବଛ୍ଛ ଭାରତ ଆନୁକୂଲ୍ୟରେ ଜଳସ୍ବଛ୍ଛତା ଦିବସ ପାଳିତ ହୋଇଯାଇଛି ।ଏକ ରାଲି ବଡଖରିଡା ଗ୍ରାମର ବିଭିନ୍ନ ସାହି ପରିକ୍ରମା କରି କାଳେଶ୍ବର ଶୈବପୀଠ ରେ ପହଞ୍ଚି ଥିଲା। ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଯୋଗ ଦେଇ ଏକ ଶପଥ ପାଠ କରାଇଥିଲେ ।ଜଳ ଅପଚୟ ନକରିବା, ବାହ୍ୟ ମଳତ୍ୟାଗ ନକରିବା, ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ କରିବା, ଆଦି ବିଷୟରେ ସଚେତନତା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ବିଜୟ କୁମାର ବେହେରା, ସିଡିପିଓ, ସମାଜସେବୀ ଅନିଲ କୁମାର ଦାସ, ସମସ୍ତ ପଞ୍ଚାୟତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।


















