Friday, November 6, 2026
ADVERTISEMENT
Home ଆଞ୍ଚଳିକ ମା କନକା ଅଟୋ ସଙ୍ଘର ୧୩ତମ ବାର୍ଷିକୋତ୍ସବ

ମା କନକା ଅଟୋ ସଙ୍ଘର ୧୩ତମ ବାର୍ଷିକୋତ୍ସବ

175
ADVERTISEMENT

ବ୍ରହ୍ମପୁର,୧୯/୦୧/୨୧(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କଇଠଡା ମୁକ୍ତେଶ୍ଵର ଶୈବପୀଠ ପରିସରରେ ମା କନକା ଅଟୋମୋବାଇଲି ସଙ୍ଘ ର ୧୩ତମ ବାର୍ଷିକୋତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି କେ.ବାଲେଶ୍ବର ରାଓଙ୍କ ସଭାପତିତ୍ୱ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ଯୋଗଦେଇ ଥିଲେ । ଥାନା ଏଏସଆଇ ରବିନ୍ଦ୍ର ନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ସଦସ୍ୟଙ୍କୁ ନୂତନ ବର୍ଷର କ୍ୟାଲେଣ୍ଡର ଓ ପୋଷାକ ବଣ୍ଟନ କରିଥିଲେ । ଉପଦେଷ୍ଟା ଅମୂଲ୍ୟ କୁମାର ଦାସ ଓ ଭାସ୍କର ବେହେରା ସମସ୍ତ ସଦସ୍ୟଙ୍କୁ ସଡକ ଆଇନ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ସଙ୍ଘ ସମ୍ପାଦକ ଅରୁଣ କୁମାର ବେହେରା ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ସଞ୍ଜୟ କୁମାର ଗୌଡ,ସହ ସମ୍ପାଦକ ସୁରେଶ ମହାଙ୍କୁଡ, କୋଷାଧ୍ୟକ୍ଷ ଜଗନ୍ନାଥ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ । ଉପସ୍ଥିତ ଥିବା ସଦସ୍ୟମାନେ ସୁବିଧା ଅସୁବିଧା ସଙ୍ଘକୁ ଅବଗତ କରାଇଥିଲେ।

Advertisement