କୋଦଳା,୧୮/୦୧/୨୧(ସୂର୍ଯ୍ୟନାରାୟଣ ବଡୁ) : ରବିବାର ବିଜ୍ଞାପିତ ଅଞ୍ଚଳ ପରିଷଦ କୋଦଳା ପକ୍ଷ ରୁ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶ ପ୍ରକାରେ କନିଷ୍ଠଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା ଓ ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡିଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ “ଜଳ ସ୍ୱଛତା ଦିବସ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ଛତ୍ରପୁର ଗଞ୍ଜାମ ଡିପିଏମୟୁ କୈଳାଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ବେଳେ ଏନଏସି କର୍ମକର୍ତ୍ତା, ସଫେଇ କର୍ମଚାରୀ, ଅଙ୍ଗନବାଡି କର୍ମୀ /ସହାୟିକା, ମହିଳା ସଙ୍ଘ ମା ଓ ବହୁ ସମାଜସେବୀ ଏକତ୍ରିତ ହୋଇ ଏନଏସି କାର୍ଯ୍ୟାଳୟ ଠାରୁ ବାହାରି ନିଜ ଘରର ପାଞ୍ଚ ମିଟର କ୍ଷେତ୍ର ପରିସରକୁ ସଫା ରଖିବା,ଘରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆ ଆବର୍ଜନାକୁ ଅଲଗା ଅଲଗା ଭାବେ ଏନଏସି ଗାଡିରେ ଦେବା,ବାହ୍ୟ ମଳ ମୁକ୍ତ କରିବା,ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ କରିବା ପ୍ରଭୃତି ସ୍ଲୋଗାନ ଦେଇ ଦେବାନ ବନ୍ଧ ପୋଖରୀ କୁ ସଫେଇ କରିଥିଲେ । ପ୍ରତ୍ୟକ ସମୟରେ ପୋଖରୀ ଯେପରି ସଫାସୁତୁରା ରୁହେ ସେଥିପ୍ରତି ସତର୍କ ରହିବାକୁ କହିବା ସହିତ ଏଥି ନିମିତ୍ତ ଏକ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ବରିଷ୍ଠ କିରାଣୀ ଉଦୟ ନାଥ ସାହୁ, ଦ୍ୱାରିକା ନାଥ ପାଢ଼ୀ, ସନ୍ତୋଷ କୁମାର ପଣ୍ଡା, ରାଜେନ୍ଦ୍ର ପ୍ରସାଦ ସାହୁ,ସ୍ବପ୍ନ କୁମାର ସାହୁ,ଧୀରଜ କୁମାର ପାତ୍ର, ହରିଶ ଚନ୍ଦ୍ର ରାଉଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


















