ଆଜି ଶ୍ରାବଣ ମାସ ତୃତୀୟ ସୋମବାର ଥିବା ବେଳେ ଶୈବ ପୀଠରେ କାଉଡ଼ିଆଙ୍କର ପ୍ରବଳ ଭିଡ଼

267
ADVERTISEMENT

କୋରାପୁଟ ,୫/୮ଏଜେନସି : ଆଜି ଶ୍ରାବଣ ତୃତୀୟ ସୋମବାର ଥିବା ବେଳେ ଶୈବ ପୀଠରେ ଗହଳି କମ୍ ନଥିଲା । ପ୍ରାୟ ୭୦ ହଜାରରୁ ଅଧିକ କାଉଡ଼ିଆ କୋରାପୁଟ ଜିଲ୍ଲାର ପାତ୍ରପୁଟ ସ୍ଥିତ କୋଲାବ ନଦୀରୁ ଜଳ ଉଠାଇ ପ୍ରାୟ ୪୮କିଲୋମିଟର ଦୂର ଚାଲି ଚାଲି ଗୁପ୍ତେଶ୍ଵର ମନ୍ଦିର ଠାରେ ପହଞ୍ଚିଛନ୍ତି । ଶ୍ରାବଣର ତୃତୀୟ ସୋମବାର ।ମହାଦେବଙ୍କ ନିକଟରେ ଜଳାଭିଷେକ କରିବା ପାଇଁ କାଉଡ଼ିଆଙ୍କର ପ୍ରବଳ ଗହଳି ଲାଗିଥିଲା କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ପୀଠରେ ।ଭକ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଯୋଗୁଁ ବାଟରେ ବାଟରେ ସେବାୟତମାନେ ମଧ୍ୟ ଭକ୍ତମାନଙ୍କୁ ସେବାକରିବାରେ ପଛେଇ ନଥିଲେ ।ସେବାୟତମାନେ ମଧ୍ୟ କାଉଡ଼ିଆମାନଙ୍କ ପାଇଁ ପ୍ରସାଦ ସେବନ ଏବଂ ଔଷଧର ବ୍ୟବସ୍ଥା ମଧ୍ୟ କରିଥିଲେ ।ପ୍ରଶାସନ ପକ୍ଷରୁ କୌଣସି ଟ୍ରାଫିକ ବ୍ୟବସ୍ଥା କରାଯାଇ ନ ଥିବାରୁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହୋଇଥିବା ଦେଖିବାକୁ ମିଳିଛି ।

Advertisement