Thursday, November 5, 2026
ADVERTISEMENT
Home ରାଜ୍ୟ ଉଦେପୁର ଠାରେ ଚେକଡେମ୍ ପାଇଁ ଦାବୀ

ଉଦେପୁର ଠାରେ ଚେକଡେମ୍ ପାଇଁ ଦାବୀ

211
ADVERTISEMENT

ଟିଟିଲାଗଡ,୧୮/୦୧/୨୧(ସୁନୀଲ ତ୍ରିପାଠୀ) : ଟିଟିଲାଗଡ଼ ନିକଟସ୍ଥ ଉଦେପୁର ଠାରେ ୨୦୧୪/୧୫ ମସିହାରେ ଏକ ଚେକଡେମ୍ ନିମାଣ କରାଯାଇଥିଲା । ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏହା ବର୍ତମାନ ଭଗ୍ନ ଅବସ୍ଥାରେ। ଏହା ଛଡା ଉଦେପୁରକୁ ନିକଟସ୍ଥ ବାକ୍କେଲ ପ୍ରଜେକ୍ଟ ରୁ ୩ଟି କେନାଲ ଆସିଛି ସେଠାରେ ମଧ୍ୟ ପାଣି ଟିକେ ନାହିଁ। ଚାଷ ପାଇଁ ଜଳ ଯୋଗାଣ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ କାର୍ଯ୍ୟ କୁ ନେଇ ପ୍ରଶ୍ନବାଚୀ ଶୃଷ୍ଟି ହେଉଛି।ଏଠାରେ ନିବାହୀ ଯନ୍ତ୍ରୀ ଓ ଠିକାଦାରଙ୍କ ସଲା ସୁତୁରା ରେ ଚାଲିଛି କାମ ବୋଲି ଅଭିଯୋଗ କରିଛନ୍ତି । ଏହା ପ୍ରତି ପ୍ରଶାସନ ର ଦୃଷ୍ଟି ଆକର୍ଷଣ ପାଇଁ ଉଦେପୁର ଗ୍ରାମବାସୀ ଆନ୍ଦୋଳନର ରାସ୍ତା ଆପଣେଇଛନ୍ତି।

Advertisement