ଭୁବନେଶ୍ୱରରୁ ଛାଡ଼ିବାକୁଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଏକ ଦିନ ପାଇଁ ବାତିଲ

175
ADVERTISEMENT

ଭୁବନେଶ୍ୱର,୫/୮(ନରେନ୍ଦ୍ର ଜେନା): ଭୁବନେଶ୍ୱରରୁ ଛାଡ଼ିବାକୁଥିବା ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ବାତିଲ ରହିବ । ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିବାକୁଥିବା କୋଣାର୍କ ଏକ୍ସପ୍ରେସ ୨୨ ଘଣ୍ଟାରୁ ଅଧିକ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା କୋଣାର୍କ ଏକ୍ସପ୍ରେସକୁ ବାତିଲ କରାଯାଇଅଛି । ମହାରାଷ୍ଟ୍ରର ମୁମ୍ବାଇ ଅଞ୍ଚଳରେ ବର୍ଷା ଜନିତ ବନ୍ୟା ପରିସ୍ଥିତି ସହିତ ରେଳଧାରଣ ଉପରେ ପ୍ରବଳ ଜଳ ପ୍ରବାହିତ ହେବା ଓ ମାଟି ଧସିବା ଯୋଗୁଁ ଟ୍ରେନ ଚଳାଚଳରେ ପ୍ରଭାବିତ ହୋଇଛି ।

Advertisement